State

ଛତିଆ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ର ୩ ରଥ ଗଡିଲା ବଡ଼ ଘୁମୁରୀ ମାଉସୀ ମା ମନ୍ଦିରକୁ,ଦୀର୍ଘ ୧୧କିମି ଗଡିଲା ଏହି ରଥ।


ଛତିଆ ,୭।୭,(ଆ ି ; ପ୍ର) ଜଗତର ନାଥ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା ରଥ ଯାତ୍ରା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ଅନୁଷ୍ଠିତ ହୋଇ ଥାଏ। ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଛତିଆ କୁଞ୍ଜିଆ ଛକ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ର ୩ ରଥ ଗଡିଛି ମାଉସୀ ମା ମନ୍ଦିର ବଡ଼ ଘୂମୁରି ଅଭିମୁଖେ । ରଥ ଯାତ୍ରା କମିଟି ପକ୍ଷରୁ ଦୀର୍ଘ ୨୬ ବର୍ଷ ହେବ ଅନୁଷ୍ଠିତ ହୋଇ ଆସୁଛି ଏହି ଘୋଷ ଯାତ୍ରା। ଜଗନ୍ନାଥ ମନ୍ଦିରରୁ ମଙ୍ଗଳ ଆଳତି ଗୋଟି ପହଣ୍ଡି ହୋଇ ଚତୁର୍ଦ୍ଧା ମୂର୍ତ୍ତୀ ତିନି ରଥରେ ବିଜେ ହେବା ପରେ , ମୁଖ୍ୟ ପୁରୋଧା ସେବକ ଉପେନ୍ଦ୍ର ଓଝା ତିନି ରଥରେ ଛେରା ପହଁରା କରିଥିଲେ। ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କଶଙ୍ଖ ଘଣ୍ଟ ହରିବୋଲ ହୁଳହୁଳି ଶବ୍ଦ ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇ ଥିଲା। ବଡ଼ ଦାଣ୍ଡ ରାଜ ପଥ ମୁଖରିତ ହୋଇ ଉଠିଥିଲା,ଦେଶର ଦୀର୍ଘତମ ବଡ଼ଦାଣ୍ଡ ୧୬ ନମ୍ୱର୍ ଜାତୀୟ ରାଜପଥ ରେ ଛତିଆ ଠାରୁ ପୂର୍ବାହ୍ନ ଘ 11,30ମି ସମୟ ରେ ମହାପ୍ରଭୁ ଙ୍କ ୩ ରଥ ବାହାରି ବଡ ଘୁମୁରି ଜାହ୍ନଗିରୀ ସ୍ଥିତ ମାଉସୀ ମା ଙ୍କ ମନ୍ଦିର ରେ ପହଞ୍ଚିବ ବୋଲି ପରିଚାଳନା କମିଟି ସଭାପତି ନିର୍ମଳ ଚନ୍ଦ୍ର ସାମଲ ସୂଚନା ଦେଇଥିଲେ । ରଥ ଯାତ୍ରା କୁ ଅଧିକ ଶୃଙ୍ଖଳିତ କରିବା ଲାଗି ଦର୍ପଣ ତହସିଲଦାର ମାନସ ରଞ୍ଜନ ତ୍ରୀପାଠୀ ,ଵୈ ରି ପୋଲିସ ଅଧିକାରୀ ଶରତ ଚନ୍ଦ୍ର ନାୟକ ,ବଡଚଣା ପୋଲିସ ଅଧିକାରୀ ଶରତ ପାତ୍ର ,ଛତିଆ ଫାଣ୍ଡି ଅଧିକାରୀ ମହେନ୍ଦ୍ର କୁମାର ସେଠି ସ ଦଳ ବଳ,ବ୍ଲକ ପ୍ରଶାସନ ,, ଚଣ୍ଡିଖୋଲ ଅଗ୍ନିଶମ ବାହିନୀ,ଆର ଡବ୍ଲୁ ଏସ ଏସ,ବିଦ୍ୟୁତ ବିଭାଗ, ଦୁଇ ପ୍ଲାଟୁନ ପୋଲିସ ଫୋର୍ସ , ଛତିଆ ଓ ବଡ଼ଚଣା ମେଡିକାଲ ଟିମ୍ ପକ୍ଷରୁ ସମ୍ପୂର୍ଣ୍ଣ ସଜାଗ ଥିବା ସୂଚନା ଦେଇଥିଲେ ଦର୍ପଣ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ। ପାନୀୟ ଜଳ ଯୋଗାଣ ବିଭାଗ ତଥା ବିଭିନ୍ନ ସେତ୍ସାସେବି ଅନୁଷ୍ଠାନ ପକ୍ଷରୁ ପାନୀୟ ଜଳ, ଦହି ପାଣି ବଣ୍ଟନ କରିଥିଲେ।ରଥ ଯାତ୍ରା ପରିଚାଳନା କମିଟି ର ସମସ୍ତ ସଦସ୍ୟ ହେମନ୍ତ ଷେଣ୍ଢ, ନିରଂଜନ ମହାରଣା ମୁଖ୍ୟ କାରିଗର, ପୂଜକ ସତ୍ୟବାଦୀ ପଣ୍ଡା, ବସନ୍ତ ବେହେରା, ହେମନ୍ତ ପରିଡ଼ା, ପବିତ୍ର ମଲ୍ଲିକ, କମିଟି ସମ୍ପାଦକ ସରପଞ୍ଚ ରମେଶ ପୃଷ୍ଟି, ସମିତିସଭ୍ୟ ଦୀପକ ସାହୁ ପ୍ରମୁଖ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିବା ବେଳେ,ଅନ୍ୟ ସମସ୍ତ ସଦସ୍ୟ ତଥା ସ୍ଥାନୀୟ ଅଞ୍ଚଳବାସୀ ଏଥିରେ ସହଯୋଗ କରିଥିଲେ। ବିଶେଷ ଭାବରେ ମହିଳା ମାନେ କାନ୍ତିଲ୍ୟ ବାସିନୀ ମା ସୁଭଦ୍ରା ଙ୍କ ଦର୍ପ ଦଳନ ରଥ କୁ ଟାଣି ଥିଲେ। ରାସ୍ତାରେ ଭକ୍ତ ମାନଙ୍କ ଉପରେ ଇନ୍ଦ୍ର ଦେବ ପୁଷ୍ପ ବୃଷ୍ଟି କରାଇ ଥିଲେ, ଦୀର୍ଘ ରାସ୍ତା ଅତିକ୍ରମ କରି ସନ୍ଧ୍ୟା ସୁଦ୍ଧା ୩ ରଥ ମାଉସୀ ମା ଙ୍କ ଜନ୍ମ ବେଦିରେ ପହଞ୍ଚି ଥିଲେ।ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,,

Related Articles

Back to top button