ଶ୍ରୀଶ୍ରୀ ସନ୍ଥଦେବ ଗୋସ୍ୱାମୀ ଙ୍କ ପୀଠରେ ରଥଯାତ୍ରା ର ଝଲକ !


ତିର୍ତ୍ତୋଲ :(ମଣପୁର ) ପବିତ୍ର ରଥଯାତ୍ରା ଉପଲକ୍ଷେ ସାରା ପୃଥିବୀ ଉତ୍ସବ ମୁଖରିତ ହୋଇଉଠିଥିବା ବେଳେ ଜଗତସିଂହପୁର ଜିଲ୍ଲାର ବିରିଡି, ରଘୁନାଥପୁର, ନାଉଗାଁ, ବାଲିକୁଦା, ଏରସମା, ପଞ୍ଚପଲ୍ଲୀ, ପାରାଦ୍ୱୀପ କୁଜଙ୍ଗ, ରାହାମା, ସିଦ୍ଧଳ, ଗଡ଼କୁଜଙ୍ଗ,ସୁଭଦ୍ରା କ୍ଷେତ୍ର ନୂଆଗାଁ,
ଜଇପୁର,କନକପୁର ଶାରଳା କ୍ଷେତ୍ର ଆଦି ସ୍ଥାନରେ ମହାଉତ୍ସାହର ସହିତ ପାଳିତ ହୋଇଯାଇଛି ରଥଯାତ୍ରା ର ସଂସ୍କୃତି ସମ୍ପନ୍ନ କାର୍ଯ୍ୟକ୍ରମ !ଓଡ଼ିଶାର ପୁରପଲ୍ଲୀରେ ଥିବା ପୁରାତନ ମଠ ମନ୍ଦିର ଏବଂ ନବଗଠିତ ଜଗନ୍ନାଥ ପୂଜାନୁଷ୍ଠାନ ମାନଙ୍କରେ ମଧ୍ୟ ଆୟୋଜିତ ହୋଇଛି ରଥଯାତ୍ରା ଉତ୍ସବ !ତତ୍କାଳୀନ ଉତ୍କଳ ଭୂଖଣ୍ଡରେ ଐତିହ୍ୟ ସମ୍ପନ୍ନ ମଠ ମାନଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିଷନପୁର ପଞ୍ଚାୟତ ଅଧିନସ୍ଥ ମଣପୁରସ୍ଥିତ ଶ୍ରୀଶ୍ରୀ ସନ୍ତଦେବ ଗୋସ୍ୱାମୀ ଙ୍କ ମଠ ଅନ୍ୟତମ !ଲୋକକଥା ଅନୁସାରେ ଗୋସ୍ୱାମୀ ଜୀ ବାଘ ଆରୋହଣ କରି ଯିବା ଆସିବା କରୁଥିଲେ ! ବହୁ ଅଲୌକିକ ଶକ୍ତିର ପରିପୂରକ ଶ୍ରୀଶ୍ରୀ ସନ୍ଥଦେବ ଜୀ ସାରା ଓଡ଼ିଶାରେ ପରିଚିତ ଥିଲେ ! ସେହି ଐତିହାସିକ ମଠରେ ଆୟୋଜିତ ରଥଯାତ୍ରା ରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ସାମିଲ ହୋଇ ପୁରୁଷ ଓ ମହିଳା ଉଭୟେ ରଥ ଦଉଡି ଧରି ଟାଣି ଥିବାର ଦେଖିବାକୁ ମିଳିଥିଲା !ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ମତେ ଯଥା ରୀତିନୀତି ଅନୁସାରେ ରଥରେ ଛେରା ପଂହଁରା ପରେ ବଡ ଦିଅଁ ଶ୍ରୀ ବଳଭଦ୍ର, ଦେବୀ ଶ୍ରୀ ସୁଭଦ୍ରା ଓ କାଳିଆ ସାଆଁନ୍ତ ଶ୍ରୀ ଜଗନ୍ନାଥ ପହଣ୍ଡିରେ ଆସି ରଥରେ ବିଜେ କରିଥିଲେ !ତାପରେ ପୂଜାଅର୍ଚ୍ଚନା ଓ ଦିବ୍ୟ ଆଳତୀ ହେବା ପରେ ଭକ୍ତଙ୍କ ହାତରୁ ତିନି ଦିଅଁ ନଡ଼ିଆ ଗ୍ରହଣ କରିଥିଲେ !ହରିବୋଲ ହୁଳହୁଳି ଶଙ୍ଖ, ଘଣ୍ଟ ଘଣ୍ଟା, ମର୍ଦ୍ଦଳ ଓ ଶିଙ୍ଘ ବାଦ୍ୟର ତାଳେ ତାଳେ ରଥ ଚକା ଆଗକୁ ଗଡି ଥିଲା !ଅନେକ ଶ୍ରଦ୍ଧାଳୁ ନିଜନିଜର ଗୃହ ନିକଟରେ ଥାଇ ତିନି ଦିଅଁ ଙ୍କୁ ଦର୍ଶନ କରିଥିବାର ଦେଖିବାକୁ ମିଳିଥିଲା !ଏକଦା ଏହି ମଠ ତରଫରୁ ତିନି ରଥ ରେ ତିନି ଦିଅଁ ଯାତ୍ରା କରୁଥିଲେ !ଦେବୋତ୍ତର ବିଭାଗ ଏହି ମଠର ଦାୟିତ୍ୱ ନେବାପରେ ଗୋଟିଏ ରଥରେ ତିନିଦିଅଁ ଘୋଷଯାତ୍ରା କରୁଛନ୍ତି ବୋଲି ନୂତନ ଟ୍ରଷ୍ଟି ସଦସ୍ୟ ସୂଚନା ଦେଇ ଛନ୍ତି !ତେବେ ଚଳିତ ବର୍ଷ ଏହି ଐତିହାସିକ ରଥଯାତ୍ରା ର ଦାୟିତ୍ୱ ତୁଲାଇଛନ୍ତି ଶ୍ରୀଯୁକ୍ତ ବିଷ୍ଣୁ ଚରଣ ଦାସ,ଦିଲ୍ଲୀପ କୁମାର ମହାନ୍ତି,ବେଦଦ୍ୟୁତି ପୃଷ୍ଟି,ଅରୁଣ କୁମାର ଦାଶ, ସୁଶୀଲ କୁମାର ସାହୁ !ମଠର ମୁଖ୍ୟ ପୁରୋଧା ରଥରେ ଛେରା ପ୍ରହରା କରିଥିବା ବେଳେ ଅନ୍ୟ ସେବକମାନେ ସହଯୋଗ କରିଥିଲେ !ଶ୍ରୀଶ୍ରୀ ସନ୍ଥଦେବ ଗୋସ୍ୱାମୀଙ୍କ ମଠ ଠାରୁ ଇନ୍ଦ୍ରାଣୀ ଛକ ସ୍ଥିତ ମାଉସୀ ମାଆ ମନ୍ଦିର ଯାଏ ଘୋଷଯାତ୍ରା କରାଯାଇ ତିନିଦିଅଁ ଙ୍କୁ ପହଣ୍ଡିରେ ପାଛୋଟି ନେଇଥିଲେ ସେବକମାନେ !ବାସ୍ତବିକ ଭକ୍ତଙ୍କ ମେଳରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଙ୍କ ସାର୍ବଜନୀନ ଦର୍ଶନ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରି ଥିବାର ଦେଖିବାକୁ ମିଳିଥିଲା !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




