State

ଅଧାବାଟେ ଜଗନ୍ନାଥ, ରୋକିଦେଲେ ରଥ – ରଥରେ ପଥରେ ଜଗନ୍ନାଥ !

 

ଜଗତସିଂହପୁର :(ବେଗୁନିଆ )ଅଧା ବାଟେ ଜଗନ୍ନାଥ ରୋକିଦେଲେ ରଥ, ଆତୁରେ ଚାହିଁ ରହିଲେ ସକଳ ଭକତ !କି ମାୟା ରଚିଲୁ ଆହେ ଜଗତର ସାଇଁ,ଚାତକ ପରି ରହିଛୁ ଶ୍ରୀମୁଖକୁ ଚାହିଁ !ଲୀଳାମୟଙ୍କର ଲୀଳା ବୁଝିବ ଵା କିଏ,ଭାବବିନୋଦିଆ ନାଥ କପଟିଆ ସିଏ !ଭକ୍ତ ପାଇଁ ଭଗବାନ, ବରଷକେ ଥରେ ସାର୍ବଜନୀନ ଦର୍ଶନ ଦେଇଥାନ୍ତି ! ଏଇତ ଜଗନ୍ନାଥ ସଂସ୍କୃତିର ପରମ୍ପରା !ଯେତେବେଳେ ରଥାରୁଢ଼ ଜଗନ୍ନାଥ ଭାଇ ବଳରାମ ଓ ଭଉଣୀ ସୁଭଦ୍ରା ଦେବୀ ଙ୍କ ସହିତ ଭକ୍ତ ମାନଙ୍କୁ ଚାହିଁ ହସିଦିଏ ! ଭକ୍ତ ହୋଇଯାଏ ଭାବଭକ୍ତିରେ ପାଗଳ ! ଏଇଥି ପାଇଁ ତ ରଥଯାତ୍ରା !ଏହି ରଥଯାତ୍ରା ର ମାହୋଲ ଦେଖେଇବାକୁ ନେଇ ଯାଉଛୁ ଜଗତସିଂହପୁର ଜିଲ୍ଲାର ବେଗୁନିଆ ଗ୍ରାମକୁ ! ଯାହା ତିର୍ତ୍ତୋଲ ବ୍ଲକର , କଟରା ପଞ୍ଚାୟତ ଅଧୀନସ୍ଥ ଅଟେ !ବେଗୁନିଆ ସ୍ଥିତ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଆରମ୍ଭ ହେଇଥିବା ବେଳେ, ମାଉସୀ ମା ମନ୍ଦିର ଅଭିମୁଖେ ରଥଟଣା ସମୟରେ, ଘଣ୍ଟ ଘଣ୍ଟା କାହାଳୀ ଭେରି ତୂରୀ ଢୋଲ ମହୁରୀ, ନାମ ସଙ୍କୀର୍ତ୍ତନ ଓ ହରିବୋଲ ହୁଳହୁଳି ଧ୍ବନିରେ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇ ଉଠିଥିଲା। ମାତ୍ର କିଛିବାଟ ରଥଟଣା ପରେ , ପ୍ରସିଦ୍ଧ ଗ୍ରାମେଶ୍ୱର୍ ମହାଦେବ ଙ୍କ ମନ୍ଦିର ନିକଟରେ ରଥ ଅଟକି ରହିଗଲା ଅଧାବାଟେ!ଯାହା ଆସନ୍ତାକାଲି ସମ୍ପୂର୍ଣ୍ଣ ହେବ! ଏହି ପରମ୍ପରା ପ୍ରାରମ୍ଭ ରୁ ରହି ଆସିଛି ବୋଲି ସ୍ଥାନୀୟ ପୂଜକ କୁହନ୍ତି ! ଏହି ରଥଯାତ୍ରା ପରିଚାଳନା କରିବା କ୍ଷେତ୍ରରେ ଠାକୁର ଙ୍କ ମୂଖ୍ୟପୂଜକ ଚାଇନା ପଣ୍ଡା ଙ୍କ ସମେତ ସେବାୟତ ଦେବବ୍ରତ ନାୟକ, ନିରଞ୍ଜନ ନାୟକ , ସୋମ ପ୍ରସାଦ ରାଉତ, ସନ୍ତୋଷ ପାତ୍ର , ଯୁଗଳ ବାରିକ ଓ ଯଶୋବନ୍ତ ରାଉତ ସହିତ ସମସ୍ତ ଗ୍ରାମବାସୀ ମାନେ, ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ।ଆସନ୍ତାକାଲି ଯଥା ରୀତିନୀତି ଅନୁସାରେ ମହାବାହୁ ମାଉସୀ ମାଆ ଘରକୁ ବିଜେ କରିବେ ବୋଲି ସେବାୟତ ମାନେ ସୂଚନା ଦେଇଛନ୍ତି !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button