State

ଭକ୍ତଙ୍କ ଦର୍ଶନ ପାଇଁ ରଥେ ବିଜେପ୍ରଭୁ କାଳିଆ ସାଆନ୍ତେ

କଣ୍ଟାମାଳ, ୮/୭: (ପ୍ରଭାତ କୁମାର ସାହୁ)ପ୍ରଭୁ ଜଗତରନାଥ ଜଗନ୍ନାଥ ଭକ୍ତଙ୍କୁ ଖୋଲା ଦର୍ଶନ ପାଇଁ ବିଜେ କରିଛନ୍ତି ରଥରେ । ଦୀର୍ଘ ୫୩ ବର୍ଷ ପରେ ଆସିଛି ଏକ ସଂଯୋଗ, ଯାହାକି ଏକା ଦିନରେ ନବଯୌବନ ଦର୍ଶନ, ନେତ ଉତ୍ସବ ଓ ରଥଯାତ୍ରା। ଏହି ଅବସରରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଜଗନ୍ନାଥ ମନ୍ଦିର ଥିବା ପ୍ରତ୍ୟେକ ଗ୍ରାମରେ ଚିତିନୀତି ସହ ରଥଯାତ୍ରା ପାଳିତ ହୋଇଯାଇଛି।ବ୍ଳକର କଣ୍ଟାମାଳ,ପଲସାଗୋରା, ଖଟଖଟିଆ,ମନମୁଣ୍ଡା, ବିରସିଂହପୁର, ନାରାୟଣପ୍ରସାଦ, ଖୁଣ୍ଟିଗୋରା, ଆମ୍ବଗାଁ, ଫାସେଡ଼, ଘଣ୍ଟାପଡ଼ା ଆଦି ଗ୍ରାମରେ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଯାଇଛି। ସେହିପରି ଘଣ୍ଟାପଡ଼ା ଗ୍ରାମରେ ୧୯୦୫ ମସିହାରୁ ପୂଜିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ତିନିଠାକୁରଙ୍କ ନବଯୌବନ ବେଶରେ ସଜ୍ଜିତ କରିବାପରେ ରିତିନୀତିରେ ନେତ୍ର ଉତ୍ସବ ପାଳନ ପରେ ପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ଦର୍ଶନାର୍ଥୀ ଛଡ଼ଯାଇଥିଲା। ଫଳରେ ଦଶନାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଅପରାହ୍ନରେ ଝିପି ଝିପି ବର୍ଷା ସତ୍ତ୍ୱେ ତିନିଠାକୁରଙ୍କ ପହଣ୍ଡି ବିଜେରେ ବାହାରି ରଥାରୁଢ଼ ହୋଇଥିଲେ। ଘଣ୍ଟ। ଶଙ୍ଖ, ସଂକୀର୍ତ୍ତନ ମଧ୍ୟରେ ଦିଅଁ ଛୁଆଁ କାର୍ଯ୍ୟକ୍ରମ ପରେ ରଥଟଣା ହୋଇଥିଲା ଓ ଶେଷରେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଥିଲେ। ହଜାର ହଜାର ଦଶନାର୍ଥୀ ବର୍ଷରେ ଭିଜି ପ୍ରଭୁଙ୍କୁ ଦର୍ଶନ କରିଥିଲେ। ଶାନ୍ତିଶୃଙ୍ଖଳାର ସହିତ ରଥଯାତ୍ରା ଶେଷ ହୋଇଥିବାରୁ ଗ୍ରାମ୍ୟ କମିଟୀର ଉପଦେଷ୍ଠା ସୁଶାନ୍ତ ମାଝୀ ଘଣ୍ଟାପଡ଼ା ପୋଲିସ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି। ସେହିପରି ଗ୍ରାମର ଜମିଦାର ବସନ୍ତ ମାଝୀ ଛେରାପହଁରା ନୀତି ସମ୍ପନ୍ନ କରିଥିବା ସ୍ଥଳେ ଜଗନ୍ନାଥ ମନ୍ଦିର ସେବାୟତ ପ୍ରତାପ ପାଣିଗ୍ରାହୀ ନେତ୍ର ଉତ୍ସବ ପୂଜା ସଂପର୍ଣ୍ଣ କରିଥିଲେ ଓ ରାଧାରମଣ ପାଣିଗ୍ରାହୀ, ଚିତ୍ତ ପାଣିଗ୍ରାହୀ, ମନୋଜ ପାଣିଗ୍ରାହୀ, ଅରବିନ୍ଦ, ରାଜେନ୍ଦ୍ର, ଗଜେନ୍ଦ୍ର,ପପୁନ, ଲିପୁନ ପ୍ରମୁଖ ସେବାୟତମାନେ ପ୍ରଭୁଙ୍କ ପହଣ୍ଡି ଓ ରଥଯାତ୍ରା କାର୍ଯ୍ୟକରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।

Related Articles

Back to top button