ଖଟଖଟିଆ ହାଇସ୍କୁଲରେ ବନ ମହୋତ୍ସବ ପାଳିତ ।


କଣ୍ଟାମାଳ,୬.୦୭.୨୦୨୪: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଖଟଖଟିଆ ସ୍ଥିତ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଜାତୀୟ ସବୁଜ ବାହିନୀ ( ୟୁଥ୍ ଏଣ୍ଡ ଇକୋକ୍ଳବ୍) ଜରିଆରେ ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷରୋପଣ ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଅଛି। ଏକ ସଚେତନତାମୂଳକ କାର୍ଯ୍ୟକ୍ରମରେ ମୁଖ୍ୟ ବାର୍ତ୍ତା ” ପରିବେଶକୁ ସବୁଜ ସୁନ୍ଦର୍ କରିବା ସହିତ ଉତ୍ତାପ ନିୟନ୍ତ୍ରଣ ଉପରେ ଛାତ୍ରଛାତ୍ରୀ ମଧ୍ୟରେ ଏକ ବକୃତା ପ୍ରତିଯୋଗିତା କରାଯାଇଥିଲା । ପରେ ବିଦ୍ୟାଳୟର ଶିକ୍ଷକମାନେ ପରିବେଶ ଉପରେ ଉପଦେଶ ଦେଇଥିଲେ । ଏହି ଉତ୍ସବକୁ ଜାତୀୟ ସବୁଜ ବାହିନୀର ପରିଚାଳକ ବିଶ୍ୱଜିତ ବାରିକ ପରିଚାଳନା କରିଥିଲେ। ବିଦ୍ୟାଳୟର ଶିକ୍ଷକ ପଞ୍ଚାନନ ପଧ।ନ , ଶୁକଦେବ ବଗର୍ତ୍ତି , ବିଭୂତି ଭୂଷଣ କହଁର ଏବଂ ସୁଶ୍ରୀ ଆରତୀ ନାଏକଙ୍କ ସମେତ କର୍ମଚାରୀ ପ୍ରବେଶ କୁମାର ସାହୁ , ଶ୍ରୀମତୀ ସୁକୁମାରୀ କହଁର ବୃକ୍ଷ ରୋପଣ କରିବାରେ ସମ୍ପୂର୍ଣ ସହଯୋଗ କରିଥିଲେ । ଏହା ସହ ଏହି କାର୍ଯକ୍ରମକୁ ଆହୁରି ଅଧିକ ଆଗ୍ରାହ୍ୱନିତ କରବା ପାଇଁ ଛାତ୍ରଛାତ୍ରୀ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ସେଥିରେ ଓଡ଼ିଆ ପ୍ରବନ୍ଧରେ ଲିଖନରେ ବର୍ଷା ରାଣୀବାଘ , ଚିତ୍ରାଙ୍କନରେ ଜଲି ସୁନା ,ଏବଂ ଇଂରାଜୀ ପ୍ରବନ୍ଧ ଲିଖନରେ କାଜଲ କର୍ମୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ ତତ୍ ସହିତ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ସିଲ ଓ କପ ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ପରେ ଆମ ପରିବେଶକୁ ସବୁଜ ସୁନ୍ଦର ଏବଂ ତାର ସୁରକ୍ଷା କରିବା ପାଇଁ ସମସ୍ତେ ଶପଥ ନେଇଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




