State

ନୂଆଁପାଲି ହାଇସ୍କୁଲରେ ବ୍ଳକ ସ୍ତରୀୟ ମାସିକ ପ୍ରଧାନଶିକ୍ଷକ ସମ୍ମିଳନୀ

କଣ୍ଟାମାଳ, ୬/୭:( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର କୁଲୁତାଯୋର ପଞ୍ଚାୟତର ନୂଆଁପାଲି ଆଦିବାସୀ ହାଇସ୍କୁଲରେ ବ୍ଳକ ସ୍ତରୀୟ ପ୍ରଧାନଶିକ୍ଷକ ମାସିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଣ୍ଟାମାଳ ଗୋଷ୍ଠୀ ଶିକ୍ଷାଧିକାରୀ ସନୋଜ କୁମାର ସେଠୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ବାର୍ଷିକ ପରୀକ୍ଷାଫଳର ସମୀକ୍ଷା ଓ ଆଗାମୀ ଦିନର ଶିକ୍ଷାର କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ। ସେହିପରି ଘଣ୍ଟାପଡ଼ା ସମଲେଶ୍ଵରୀ ସରକାରୀ ହାଇ ସ୍କୁଲର ପ୍ରଧାନଶିକ୍ଷକ ପିତବାସ ପଣ୍ଡା ସମ୍ମିଳନୀରେ ବିଦ୍ୟାଳୟର ବିଭିନ୍ନ ବିଷୟରେ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରାରମ୍ଭିକ ସଂଗୀତ ଗାନ ପରେ ପ୍ରଧାନଶିକ୍ଷକ ଅନନ୍ତ ଚରଣ କ୍ଷେତି ସ୍ଵାଗତ ଭାଷଣ ସହ ଉଦ୍ଦେଶ୍ୟଜ୍ଞାପନ କରିଥିବା ସ୍ଥଳେ ମନ ମୁଣ୍ଡ ବାଳିକା ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ରଞ୍ଜିତା ହୋତା ଧନ୍ୟବାଦ ଦେଇଥିଲେ। ସମ୍ମିଳନୀ ଶେଷପୂର୍ବରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ସହକାରୀ ଶିକ୍ଷକ ଜବର ସିଂ ବନଛୋର,ଶଶୀଭୂଷଣ ପ୍ରଧାନ ଓ ସତ୍ୟ ବାଘଙ୍କ ତତ୍ତ୍ଵାବଧାନରେ ସମସ୍ତ ପ୍ରଧାନଶିକ୍ଷକ ବିଦ୍ୟାଳୟର ପରିବେଶ, ଇ-ଲାଇବ୍ରେରୀ, କମ୍ପୁଟର ହଲ, ବିଜ୍ଞାନ ପରିକ୍ଷାଗାର, ସ୍ମାର୍ଟ ବୋର୍ଡ ସହ ଶ୍ରେଣୀ କୋଠରୀ, ଶୌଚାଳୟ ଆଦି ବୁଲି ଦେଖି ପ୍ରତିକ୍ରିୟାରେ ବାସ୍ତବିକତାକୁ ଉପଲବ୍ଧି କରି ଖୁସି ପ୍ରକଟ ସହ ଭୂୟସୀ ପ୍ରଶଂସା କରିଥିଲେ। ଉକ୍ତ ସମ୍ମିଳନୀର ସମସ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।

Related Articles

Back to top button