State

ବିଘ୍ନରାଜ ସ୍ଥାୟୀ ନର୍ସରୀ ଠାରେ ଜିଲ୍ଲା ସ୍ତରୀୟ 75ତମ ବନହୋତ୍ସବ ପାଳିତ….

 

 

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ).ବୌଦ୍ଧ ଜିଲ୍ଲା ସ୍ତରୀୟ 75ତମ ବନ ମହୋତ୍ସବ “ମା ପାଇଁ ଗଛଟିଏ “ଜିଲ୍ଲାର ହରଭଙ୍ଗା ବ୍ଲକ ବାମଣ୍ଡା ସ୍ଥିତ ବିଘ୍ନରାଜ ସ୍ଥାୟୀ ନର୍ସରୀ ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ମୁଖ୍ୟ ଅତିଥିଭାବେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଓ କଣ୍ଟାମlଳ ବିଧାୟକ, ଅତିଥି ଭାବେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ବ୍ରହ୍ମପୁର ମଣ୍ଡଳ -ଡ଼ଃ. ସଞ୍ଜୟ କୁମାର ସ୍ୱାଇଁ,ଜିଲ୍ଲାପାଳ ଜେ ସୋନାଲ, ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ଙ୍କ ସମେତ ବନ ବିଭାଗ ଅଧିକାରୀ, କର୍ମଚାରୀ ସ୍କୁଲ ଛାତ୍ର ଛାତ୍ରୀ ଗ୍ରାମବାସୀ ଯୋଗ ଡେଇ ରୀତିନୀତି ଅନୁଯାଇ ପୂଜାର୍ଚନା କରି ତାଳ ବାହାଲ ଠାରେ ବୃକ୍ଷ ରୋପଣ କରିଥିଲେ l ପରେ ସ୍ଥାୟୀ ନର୍ସରୀ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠିତ ସଭାରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବ ପ୍ରିୟ କମ୍ପ ସଭାପତିତ୍ୱ କରିଥିବା ବେଳେ ସମସ୍ତ ଅତିଥି ଜଙ୍ଗଲ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି ଓ ସଚେତନତା ବାର୍ତ୍ତା ଦେଇଥିଲେ l ଜସ୍ୱଶ୍ରୀ ପ୍ରଧାନମନ୍ତ୍ରୀ ଙ୍କ ନାରl ମା ପାଇଁ ଗଛ ଟିଏ ଏକ ଉତ୍ତମ ପଦକ୍ଷେପ ଓ ଏହି କାର୍ଯ୍ୟକ୍ରମ ଜଳବାୟୁ ପରିବର୍ତନ କୁ ନିୟନ୍ତ୍ରଣ କରିବl ସହିତ ତାଳ ଗଛ କୁ ସରକାରୀ ସ୍ତରରେ ସ୍ୱୀକୃତି ଦିଆଯାଇଥିବା ମଧ୍ୟ ମତ ରଖିଥିଲେ l ଶେଷରେ acf ଆଶିଷ କହଁର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉକ୍ତ ସମସ୍ତ କାର୍ଯ୍ୟକ୍ରମ କୁ ବିଭାଗ ର acf -ମିନାକ୍ଷୀ କୁମରା,ରେଞ୍ଜ ଅଧିକାରୀ ଅlଶିକ କୁମାର ଦିଗାଲ,ଜୟନ୍ତ କୁମାର ଦାସ, ଅର୍ଚନା ଗମାଙ୍ଗ ଙ୍କ ସମେତ ବନପାଳ ଓ କର୍ମଚାରୀ ସହଯୋଗ କରିଥିଲେ l

Related Articles

Back to top button