State

ଟପର୍ଣ୍ଣାରେ କଣ୍ଟାମାଳ ଉଦ୍ୟାନ ବିଭାଗ ତରଫରୁ ବନମହୋତ୍ସବ ସପ୍ତାହ ପାଳିତ

 

କଣ୍ଟାମାଳ,୬/୭: ( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଉଦ୍ୟାନ ବିଭାଗ ତରଫରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସହକାରୀ ଉଦ୍ୟାନ ଅଧିକାରୀ ଗୋବିନ୍ଦଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନର କୁଲୁତାଯୋର ପଞ୍ଚାୟତର ଟପର୍ଣ୍ଣା ଗ୍ରାମର ଚାଷୀ ଶରତ ରଣାଙ୍କ ୫ ଏକର ଜମିରେ ରାଜ୍ୟ ଯୋଜନା ମାଧ୍ୟମରେ ୨୦୦ଟି କଲମୀଆମ୍ବ ଚାରା ରୋପଣ କରାଯାଇଛି। ଉକ୍ତ ବନମହୋତ୍ସବ କାର୍ଯ୍ୟକ୍ରମରେ କଣ୍ଟାମାଳ ବ୍ଳକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା ମୁଖ୍ୟ ଅତିଥିଭାବେ ଯୋଗଦେଇ ରିଚୀନିତିରେ ପୂଜାର୍ଚ୍ଚନା ପରେ ବୃକ୍ଷରୋପଣ କରିଥିଲେ।ଏଥିରେ ଉଦ୍ୟାନ ବିଭାଗୀୟ ସହକାରୀ ଅଧିକାରୀ ଶ୍ରୀ ସେଠାଙ୍କ ସହ ଓଭରସିଅର କୌଶଲ୍ୟା ତରିଆ, , ଉଦ୍ୟାନ ସାଥୀ କୂଳମଣୀ ବାରିକ, ବିଘ୍ନରାଜ ରଣା ଓ ଭଜରାଜ ପୂଟାଙ୍କ ସମେତ ଚାଷୀ ଶରତ ରଣା, ଦୁର୍ଯ୍ୟୋଧନ ରଣା ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁତ ।

Related Articles

Back to top button