Education

କୁମାରୀ ଓ ଅତଲସରା ରେ ଶିକ୍ଷା ଦାନ ବାଧାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କ ଅନୁସାରେ ଶିକ୍ଷକ ନାହାନ୍ତି l

ହରଭଙ୍ଗା-( ଚିତ୍ତରଞ୍ଜନ ସିଂହ ) ସରକାର ସବୁବେଳେ ଶିକ୍ଷା କୁ ପ୍ରାଥମିକତା ଦେଇ ଆସୁଥିବା ବେଳେ ବୌଦ୍ଧ ଜିଲ୍ଲା ରେ ଶିକ୍ଷା ନୀତି କିନ୍ତୁ ଭିନ୍ନ l କେଉଁଠି ପିଲା ହାର ଅନୁସାରେ ଶିକ୍ଷକ ନାହାନ୍ତି ତ କେଉଁଠି ଶିକ୍ଷକ ହାର ଅନୁସାରେ ପିଲା ନାହାନ୍ତି l ଫଳ ରେ ଜିଲାରେ ଏଭଳି ଶିକ୍ଷା ନୀତି କୁ ନେଇ ସାଧାରଣ ରେ ପ୍ରଶ୍ନ ଉଠୁଛି l ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ କୁମାରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଅତଳସରl ପ୍ରାଥମିକ ବିଦ୍ୟାଳୟ ରେ l, ସୂଚନା ଥାଉକି କୁମାରୀ ବିଦ୍ୟାଳୟ ରେ ଶିକ୍ଷକତା କରୁଥିବା ରମେଶ ନାୟକ ଙ୍କ ଅବସରର ଗ୍ରହଣ କଲା ପରେ ମାତ୍ର ଜଣେ ଶିକ୍ଷକ ଙ୍କ ହାତରେ 77 ପିଲା ଙ୍କ ଭବିଷ୍ୟତ l ବର୍ତମାନ ବିଦ୍ୟାଳୟ ରେ ଶିକ୍ଷକତା କରୁଥୁବା ପଦ୍ମ ଚରଣ ସାହୁ ପ୍ରଥମ ରୁ ପଞ୍ଚମ 77 ପିଲାଙ୍କୁ କିପରି ଶିକ୍ଷାଦାନ କରୁଥିବେ ଏଥିରୁ ଅନୁମେୟ l ଅନ୍ୟପଟେ ସେଇ ସମାନ ଅବସ୍ଥାଦେଖିବା କୁ ମିଳିଛି ଅତଳସରା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଏହି ବିଦ୍ୟାଳୟ ରେ ଶିକ୍ଷକ ଗୋବିନ୍ଦ ମଲ୍ଲିକ ଅବସର ପରେ ମଧ୍ୟ ନୂତନ ଶିକ୍ଷକଙ୍କୁ ଯୋଗଦାନ ହୋଇପାରି ନଥିବାରୁ 30 ପିଲା ଙ୍କୁ ନେଇ ଜଣେ ବିକଳାଙ୍ଗ ଥିବା ଶିକ୍ଷକ ରଞ୍ଜିତ ଯାନୀ କିପରି ଶିକ୍ଷା ଦାନ କରୁଥିବେ ତାହା ମଧ୍ୟ ଏକ ବଡ଼ ଅନୁମେୟ l ବିଦ୍ୟାଳୟ ରେ ଏଭଳି ସମସ୍ୟା ନେଇ ଅଭିଭାବକ ଓ ପରିଚାଳନା କମିଟି ପକ୍ଷରୁ ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀ ଙ୍କୁ ଜଣାଇ ଆସୁଥିଲେ ମଧ୍ୟ କର୍ଣପାତ କରୁନଥୁବା ଅଭିଯୋଗ ହେଉଛି l ତେଣୁ ଯଦି ବୌଦ୍ଧ ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ଆଗାମୀ ଦିନରେ ବାଧ୍ୟ୍ୟ ହୋଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବୁ ବୋଲି କୁମାରୀ ସ୍କୁଲ ପରିଚାଳନା କମିଟି ସଭାପତି ସନ୍ତୋଷ ସେଠି, ଓ ଅତଳସରା ବିଦ୍ୟାଳୟ ସଭାପତି ଅକ୍ଷୟ ଦେହୁରୀ ଙ୍କ ସମେତ ଅଭିଭାବକ ମାନଙ୍କ ଭିତରେ ଦାବି ହେଉଛି l

Related Articles

Back to top button