ଘଣ୍ଟାପଡ଼ା ଶିଶୁ ମନ୍ଦିରରେ ନୂତନ ପ୍ରଧାନ ଆଚାର୍ଯ୍ୟଙ୍କ ଯୋଗଦାନ.


କଣ୍ଟାମାଳ, ୨/୭: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ନୂତନ ପ୍ରଧାନ ଆଚାର୍ଯ୍ୟ ଭାବେ ମଙ୍ଗଳବାର ଦିନ ଯୋଗଦେଲେ ଲିଙ୍ଗରାଜ ସେଠ। ତାଙ୍କୁ ଶିଶୁ ମନ୍ଦିରର ପରିଚାଳନା କମିଟୀର ସଦସ୍ୟ ଏବଂ ଗୁରୁଜୀ ଗୁରୁମା ଉବ୍ୟ ସମ୍ବର୍ଦ୍ଧନା ସହ ଫୁଲ ତୋଡ଼ା ଓ ଉପଢ଼ୌକନ ଦେଇ ସ୍ଵାଗତ କରିଥିଲେ।ପରେ ପରିଚାଳନ କମିଟୀର ସଭାପତି ଅଗସ୍ତୀ ମଲିକଙ୍କ ସଭାପତିତ୍ଵରେ ଏକ ସଭାର ଆୟୋଜନ କରାଯାଇ ପରସ୍ପର ସହିତ ପରିଚୟ ପର୍ବ ହୋଇଥିଲା। ଉପସ୍ଥିତ ସଦସ୍ୟ ମଧ୍ୟରେ ବୌଦ୍ଧ ଜିଲ୍ଲା ସଂକୁଳସ୍ତରୀୟ ପ୍ରମୁଖ କାର୍ତ୍ତିକେଶ୍ଵର ବେହେରା , ପରିଚାଳନା କମିଟୀର ପୂର୍ବତନ ସଭାପତି ତଥା ଉପଦେଷ୍ଠା ନିଳାଚଳ ଭୋଇ, ସଂପାଦକ ରଞ୍ଜିତ ରଣା, କୋଷାଧ୍ୟକ୍ଷ ଦେବେନ୍ଦ୍ରନାଥ ରଣା, ସମ୍ବାଦିକ ପ୍ରଭାତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସେଠ ଶିଶୁ ମନ୍ଦିରକୁ ସୁଦୃଢ କରିବା ଉପରେ ବକ୍ତବ୍ୟ ରଖିଥିଲେ। ପ୍ରତ୍ୟୁତରରେ ଶ୍ରୀ ସେଠ ସମସ୍ତ ଗୁରୁଜୀ ଗୁରୁମା ଓ ପରିଚାଳନା କମିଟିର ସଦସ୍ୟଙ୍କ ସହଯୋଗ ରହିଲେ ଶିଶୁ ମନ୍ଦିର ନିଶ୍ଚୟ ସୁଦୃଢ଼ ହେବ ବୋଲି ପ୍ରକାଶ କରିଥିଲେ। ଶ୍ରୀ ସେଠ ପୂର୍ବର ସୋନପୁର ଜିଲ୍ଲାର ଚାରଭଟ୍ଟା ଶିଶୁ ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ଭାବେ କାର୍ଯ୍ୟ ତୁଲାଇଥିଲେ । ସଭା ଶେଷରେ ଗୁରୁମା ସୁଷମା ସାହୁ ଧନ୍ୟବାଦ ଦେଇଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




