State

ତଅଁଳା ଗଉଡ଼ ମାନଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ 

 

ହରଭଙ୍ଗା 1/7/24(ଚିତ୍ତ ରଞ୍ଜନ ସିଂ )ଗତ ରବିବାର ଦିନ ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ଠିଡିକାଜୋର ଠାରେ ତଅଁଳା ଗଉଡ଼ ସମାଜ ମହିଳା ସଶକ୍ତି ସେବା ସମିତି ର ଏକ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଚାରୋଟି ଜିଲ୍ଲା ର ସଭ୍ୟ ସଭ୍ୟା ଓ ସଭାପତି ଉପସ୍ଥିତ ଥିଲେ। ଜାତି ପ୍ରମାଣପତ୍ର ପାଉନଥିବାରୁ ପାଠ ପଢା ରେ ବାଧା ସୃଷ୍ଟି ହେବା ଓ ତଅଁଳା ଗଉଡ଼ ଜାତିରେ ଥିବା ଅନେକ ସମସ୍ୟା ଉପରେ ଆଲୋଚନା ହୋଇଥିଲା।ବୌଦ୍ଧ, କନ୍ଧମାଳ, ନୟାଗଡ଼, ଓ ଗଞ୍ଜାମ ଜିଲ୍ଲା ର ତଅଁଳା ଗଉଡ଼ ସମାଜ ର ସମସ୍ତ ପୁରୁଷ ମହିଳା ମିଶି ଉକ୍ତ ସମସ୍ୟା ସମ୍ପର୍କ ରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ସଭାପତି ସୁରେଶନ ମାଝୀ ଯୋଗ ଦେଇଥିବା ବେଳେ, ଅନ୍ୟତମ ଅତିଥି ଭାବେ କନ୍ଧମାଳ ଜିଲ୍ଲା ର ଉପଦେଷ୍ଟା କରୁଣାକର ଭୋଇ, ନୟାଗଡ଼ ଜିଲ୍ଲା ସଭାପତି ଶେଷଦେବ ବେହେରା, ବୌଦ୍ଧ ଜିଲ୍ଲା ରାଜ୍ୟ ସଭାନେତ୍ରୀ ଚନ୍ଦ୍ରିକା ପ୍ରଧାନ, ବୌଦ୍ଧ ଜିଲ୍ଲା ସମ୍ପାଦକ ପ୍ରଭାତ ପ୍ରଧାନ ଯୋଗ ଦେଇଥିବାବେଳେ ରଞ୍ଜନ ପ୍ରଧାନ ସଭା ପରିଚାଳନା କରିଥିଲେ।

Related Articles

Back to top button