State
ଢେଙ୍କାନାଳ ମହବିରୋଡ ଶାଖା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରୁ ବଡ ଧରଣ ଲୁଟ


ଆଜି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ମହାଭିରୋଡ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ରେ ଏକ ବଡ ଧରଣ ର ଲୁଟ ହୋଇଅଛି। ଉକ୍ତ ଲୁଟ ଘଟଣା ରେ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ସୁନା ଗହଣା ଓ ନଗଦ ପାଞ୍ଚ ଲକ୍ଷ୍ୟ ଟଙ୍କା ଦୂର୍ବୁତ ମାନେ ଲୁଟି ନେଇଛନ୍ତି। ଭୁବନେଶ୍ୱର ରୁ ଆସିଥିବା ବ୍ୟାଙ୍କ ରେ ସି ସି କ୍ୟାମେରା ସଜାଡିବା ପାଇଁ ପ୍ରସ୍ତୁତ ହେବା ସମୟରେ ପାଞ୍ଚ ଜଣ ଦୁର୍ବୃତ ବ୍ୟାଙ୍କ ଭିତରକୁ ପ୍ରବେଶ କରି ବନ୍ଧୁକ ଓ ଭୁଜାଲି ଦେଖାଇ ଲୋକ ଙ୍କୁ ଭୟଭୀତ କରି ଏକ କୋଟି ଟଙ୍କା ରୁ ଉର୍ଦ୍ଧ ସୁନା ଅଳଙ୍କାର ଓ ନଗଦ ପାଞ୍ଚ ଲକ୍ଷ୍ୟ ଟଙ୍କା ନେଇ ବ୍ୟାଙ୍କ ରୁ ଚଂପଟ ମାରିଥିଲେ। ଦୁର୍ବୃତ ମାନେ ବ୍ୟାଙ୍କ କର୍ମଚାରୀ ମାନଙ୍କୁ ମାଡ ମାରିଥିବାର ମଧ୍ୟ ଅଭିଯୋଗ କରିଛନ୍ତି। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ର ମୁଖ୍ୟ ପରିଚାଳକ ଥାନା ରେ ଅଭିଯୋଗ ପରେ ସ୍ଥାନୀୟ ମହାବିରୋଡ ପୋଲିସ ତଦନ୍ତ ଜାରି ରଖିଛନ୍ତି। ଖୁବ୍ ଶୀଘ୍ର ଲୁଟ ହୋଇଥିବା ସୁନା ଗହଣା,ଟଙ୍କା ଓ ଦୂର୍ବୁତ ମାନଙ୍କୁ ଧରାଯିବ ବୋଲି ପୋଲିସ କର୍ମଚାରୀ କହିଥିଲେ।




