State
ବୌଦ୍ଧ ଜିଲ୍ଲାର କାର୍ତ୍ତିକେଶ୍ୱର ନାୟକ ପାଇଲେ ଆନ୍ତର୍ଜାତୀୟ ଶିକ୍ଷା ଓ କବି ସମ୍ମାନ


ୱାଲ୍ଡ ଚାରିଟି ୱେଲ୍ ଫାୟାର ଫାଉଣ୍ଡେସନ ଦିଲ୍ଲୀ ତରଫରୁ କଟକ ଶତାବ୍ଦୀ ଭବନ ଠାରେ ବୌଦ୍ଧ ଜିଲ୍ଲା ର ବରିଷ୍ଠ ଶିକ୍ଷକ, କବି , ଗାଳ୍ପିକ ଓ ସ୍ତମ୍ଭକାର କାର୍ତ୍ତିକେଶ୍ୱର ନାୟକ ଙ୍କୁ ଆନ୍ତର୍ଜାତୀୟ ଶିକ୍ଷ୍ୟା ସମ୍ମାନରେ ସମ୍ମାନିତ କରାଯାଇଛି । ଦୀର୍ଘ ଦିନ ଧରି ଶିକ୍ଷକତା କରି ଅନେକ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବା,କବିତା ଓ ଗଳ୍ପ ମାଧ୍ୟମରେ ସମାଜକୁ ଏକ ମାନବ ଚେତନା ଧର୍ମି ସୂଚନା ପ୍ରଦାନ କରିବାରେ ନାୟକ ଜଣେ ସିଦ୍ଧହସ୍ତ । ଏହା ସହିତ ସେ ଜଣେ ମିଷ୍ଟ ଭାଷୀ, ସ୍ନେହୀ ଓ ସରଳ ବ୍ୟକ୍ତି ଅଟନ୍ତି । ଏହାକୁ ଦୃଷ୍ଟିରେ ରଖି ଏହି ଅନୁଷ୍ଠାନ ତାଙ୍କୁ ଆନ୍ତର୍ଜାତୀୟ ଶିକ୍ଷ୍ୟା ସମ୍ମାନ ପୁରସ୍କାର ପ୍ରଦାନ କରିଛି । ଏହି ପୁରସ୍କାର ପାଇବା ପରେ ତାଙ୍କୁ ପରିବାର, ଶୁଭେଚ୍ଛୁ , ଅନୁଗାମୀ, ବୌଦ୍ଧ ଜିଲ୍ଲାବାସୀ ଓ ବିଭିନ୍ନ ଅନୁଷ୍ଠାନ ଶୁଭେଚ୍ଛା ଜଣାଇଛନ୍ତି । ଏହି ସଫଳତା ର ଶ୍ରେୟ ସେ ସମସ୍ତ ବୌଦ୍ଧ ଜିଲ୍ଲାବାସୀ ଙ୍କୁ ଦେଇଛନ୍ତି ।




