ଧନ ସର୍ବସ୍ବ ନହୋଇ ଜ୍ଞାନ ସର୍ବସ୍ବ ହେବାକୁ ପରାମର୍ଶ ଦେଲେ ପ୍ରେମସାଗର ବାବା ଅରକ୍ଷିତ ଦାସମହାରାଜ !


ତିର୍ତ୍ତୋଲ :-ଅଚ୍ୟୁତାନନ୍ଦ ଙ୍କ ଭବିଷ୍ୟତ ମାଳିକାରୁ ଉଦ୍ଧୃତ କରି ଧ୍ୟାନକୁଦ ପିଠାଧୀଶ
ପ୍ରେମସାଗର ବାବା ଅରକ୍ଷିତ ଦାସ ମହାରାଜ ପ୍ରବଚନ ଛଳରେ କହିଲେ ଯେ ବର୍ତ୍ତମାନ ଘଡ଼ିସନ୍ଧି ସମୟରେ ପ୍ରତ୍ୟେକ ବ୍ୟକ୍ତି ଧନସର୍ବସ୍ବ ନହୋଇ ଜ୍ଞାନ ସର୍ବସ୍ବ ହୋଇଯାଅ !ସୃଷ୍ଟି ଆଉ ବେଶିଦିନ ନୁହଁ !ଏପରି ସମୟ ଆସି ପହଂଚିଛି, କେବଳ ଜ୍ଞାନତତ୍ତ୍ୱ ହିଁ ସମସ୍ତ ଙ୍କର ମାର୍ଗ ଦର୍ଶକ ହେବାକୁ ଯାଉଛି ! ଈଶ୍ୱର ବହୁତ ଗୁପ୍ତଲୀଳା ପ୍ରକାଶ କରିବାକୁ ଚାହାଁନ୍ତି !ତାହାଙ୍କ ଜ୍ଞାନ ବିନା ତାହାକୁ ଜାଣିଵା ଅସମ୍ଭବ !ଜ୍ଞାନ ପ୍ରାପ୍ତି ପାଇଁ ସାଧୁ ସଂଗତ ଵା ସତସଙ୍ଘ କରିବା ଦରକାର !
ବସୁଧେୟିବ କୁଟୁମ୍ବକମ୍ ଅର୍ଥରେ ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଉଦବୋଧନ କରି ଆପ୍ୟାୟିତ କରିଥିଲେ ବାବା ଆରକ୍ଷିତ ଦାସ ମହାରାଜ !ଖବର ଅନୁସାରେ ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣମୀ ଉପଲକ୍ଷେ ପଞ୍ଚସଖା ଯୁଗୀୟ ଚେତନା ବହନ କରୁଥିବା ପଦ୍ମବନ ପୀଠ ନେମାଳ ରେ ଶ୍ରୀଶ୍ରୀ ଅଚ୍ୟୁତାନନ୍ଦ ଦାସଙ୍କ ପୁଣ୍ୟସ୍ଥାନ ରେ ମହା ମହୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନୀମୂଳ ଗ୍ରାମସ୍ଥ ଦାରୁବ୍ରହ୍ମ ପୀଠ ଠାରେ ଦ୍ଵିତୀୟ ବାର୍ଷିକ ଗୀତାଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ! ଏହି ସାରସ୍ୱତ କାର୍ଯ୍ୟକ୍ରମ ରେ ମୁଖ୍ୟ ପ୍ରବଚକ ଓ ମୁଖ୍ୟ ଆୟୋଜକ ଥିଲେ ସ୍ୱୟଂ ଧ୍ୟାନକୁଦ ପୀଠାଧୀଶ ପ୍ରେମସାଗର ବାବା ଅରକ୍ଷିତ ଦାସ ମହାରାଜ !ତାଙ୍କ ପରାମର୍ଶ ରେ ଦିନାବଧି ଚାଲିଥିବା ଗୀତାଯଜ୍ଞ !ଯଜ୍ଞ ର ମୁଖ୍ୟ ପୁରୋଧା ପଣ୍ଡିତ ସୁବାସ ଚନ୍ଦ୍ର ମିଶ୍ର ଥିବାବେଳେ ଯଜ୍ଞ କର୍ତ୍ତା ଓ କର୍ତ୍ତ୍ରୀ ଭାବେ ବରଦା ପ୍ରସନ୍ନ ରାଉତ ଓ ତାଙ୍କ ସହଧର୍ମିଣୀ ନିଜର କର୍ତ୍ତବ୍ୟ ଅତି ନିଷ୍ଠାର ସହିତ ସମ୍ପାଦନ କରିଥିଲେ !ଅନୁଷ୍ଠାନ ର ମୁଖ୍ୟ ବିପିନ ବାବା ଓ ପରିଚାଳନା ମୁଖ୍ୟ ରମାକାନ୍ତ ରାଉତଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଯଜ୍ଞ କାର୍ଯ୍ୟ କରାଯାଇଥିଲା !ଅନ୍ୟତମ ସହଯୋଗୀ ଭାବେ ନିତ୍ୟାନନ୍ଦ ସାମଲ, ନଗେନ୍ଦ୍ର ସାମଲ, ନିରଞ୍ଜନ ବେହେରା, ଦୁର୍ଯ୍ୟୋଧନ ରାଉତ, ନୃସିଂହ ଚରଣ ରାଉତ, ଜଗବନ୍ଧୁ ସାମଲ, ସୁବ୍ରଜିତ ରାଉତରାୟ ପ୍ରମୁଖ ଶ୍ରଦ୍ଦାର ସହିତ ସମୟ ସମର୍ଥ ଦେଇ ଥିବାର ଦାରୁପୀଠ କମିଟି ସୂଚନା ଦେଇଥିଲେ !ତେବେ ଯଜ୍ଞ କାର୍ଯ୍ୟର ପୂର୍ଣ୍ଣାହୁତୀ ପ୍ରେମସାଗର ବାବା ଅରକ୍ଷିତ ଦାସମହାରାଜ ଙ୍କ କରକମଳରେ କରାଯାଇ ଥିବାର ଦେଖିବାକୁ ମିଳିଥିଲା !ତତ୍ପରେ ଶାରଦା ପ୍ରସନ୍ନ ରାଉତ ଓ ଟିମ୍ ଭକ୍ତି ସଂଗୀତ ପରିବେଷଣ କରିଥିଲେ ! ପ୍ରବଚନ ପୂର୍ବରୁ ଆମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା !ବାବାଙ୍କ ଦିବ୍ୟ ପ୍ରବଚନ ଶୁଣିବାକୁ ସହସ୍ରାଧିକ ଭକ୍ତ ସମାଗମ ହୋଇଥିଲା !ବାବା କହିଥିଲେ ବର୍ତ୍ତମାନ ସମୟ ଆସିଛି ପ୍ରତ୍ୟେକ ବ୍ୟକ୍ତି ଧନସର୍ବସ୍ବ୫ ନ ହୋଇ ଜ୍ଞାନ ସର୍ବସ୍ବ ହୋଇଯାଅ !ଦାରୁବ୍ରହ୍ମ ପୀଠକୁ ନେଇ ବାବା କହିଲେ ଯେ ଏଠାରେ ବହୁ ଗୁପ୍ତ ବିଷୟ ରହିଛି ସମୟ ଆସିଲେ ସମସ୍ତେ ଅବଗତ ହୋଇଯିବେ ! ଏବେ ଯାହା ହେଉଛି ତାକୁ ଅଞ୍ଚଳ ବାସୀଙ୍କ ସହଯୋଗରେ ବଳବତ୍ତର ରଖାଯାଉ !ଏହି ମଞ୍ଚରେ ଶାରଳା ମାହାତ୍ମ୍ୟ ପ୍ରଚାରକ ରମାକାନ୍ତ ରାଉଳ ଙ୍କୁ ଉପଢୌକନ ଓ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା !ଗଣମାଧ୍ୟମ ପ୍ରତିନିଧି ଭାବେ ତିର୍ତ୍ତୋଲ ପ୍ରେସ କ୍ଲବ ର ସଭାପତି ଶରତ କୁମାର ଦାଶ, ଉପସଭାପତି ରଞ୍ଜନ କୁମାର ମଲ୍ଲିକ, ସହ ସମ୍ପାଦକ ଭାଗବତ ପ୍ରସାଦ ଓ କୋଷାଧ୍ୟକ୍ଷ୍ୟ କୈଳାସ ବେହେରା ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା !ଦାରୁବ୍ରହ୍ମ ପୀଠରେ ଦାରୁ ଦେଖିବାକୁ ଭକ୍ତ ସମାଗମ ଦିନରୁ ରାତ୍ରୀ ଯାଏ ଲାଗି ରହିଥିବାର ଦେଖିବାକୁ ମିଳିଥିଲା !
ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




