State
ଶ୍ରୀ ଶ୍ରୀ ସିଦ୍ଧ ବଳରାମଙ୍କ ମନ୍ଦିରରେ ପଟ ଦିଅ ପୂଜା ଆରମ୍ୱ


ଢ଼େଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବଳରାମଙ୍କ ମନ୍ଦିରରେ ପଟ ଦିଅ ପୂଜା ଆରମ୍ୱ ହୋଇଯାଇଛି। ଏହି ପୂଜା ବିଜୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲୁରହିବ। ରାତ୍ର ସମୟରେ ଠାକୁର ଅଣସର ଗୃହକୁ ପ୍ରବେଶ ପରେ ପଟଦିଅକୁ ଜୀବନ୍ୟାସ ଦିଆଯାଇ ପୂଜା ଆରମ୍ବ କରାଯାଇଥିଲା। ବଳରାମଙ୍କ ବଦଳରେ ବାସୁଦେବ, କୃଷ୍ଣଙ୍କ ବଦଳରେ ନାରାୟଣ, ଶୁଭଦ୍ରାଙ୍କ ବଦଳରେ ଭୁବନେଶ୍ଵରୀ ଙ୍କୁ ପୂଜା କରାଯାଇଥାଏ। ପ୍ରତେକ ଦିନ ମହାସ୍ନାନ, ତୁଳସୀ ପୁଷ୍ପ ମାଳ ଲାଗି କରିବା ସହ ବଲ୍ଲଭ ଭୋଗ ଓ ମଧ୍ୟାହ୍ନ ରେ ଅନ୍ନଭୋଗ, ସନ୍ଧ୍ୟାରେ ଆଳତୀ ଓ ପଣା ଲାଗି ହେବ। ପୂଜକ ମଳୟ କର, ପାଳିଆ ସେବକ ବ୍ରଜ ମୋହନ ମହାପାତ୍ର, ସୁଆର ଶ୍ରୀକାନ୍ତ ମିଶ୍ର, କାହାଳିଆ ଟିକନ ବେହେରା, ଜୀମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ପୂଜା ଆରମ୍ଭ କରାଯାଇଥିଲା।




