ଶ୍ରୀ ଶ୍ରୀ ସିଦ୍ଧ ବଳରାମ ଜିଉ ମନ୍ଦିର ପ୍ରାଙ୍ଗଣରେ ଆଜି ଦେବସ୍ନାନ ପୂର୍ଣ୍ଣିମା

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବଳରାମ ଜିଉ ମନ୍ଦିର ପ୍ରାଙ୍ଗଣରେ ଆଜି ଦେବସ୍ନାନ ପୂର୍ଣ୍ଣିମା ନୀତୀ ପାଳିତ ହୋଇଯାଇଅଛି। ପ୍ରାତଃରୁ ମଙ୍ଗଳ ଆଳତି, ମଙ୍ଗଳାଅର୍ପଣ ପୂଜା ପରେ ବଳରାମ, ସୁଭଦ୍ରା,କୃଷ୍ଣ ଓ ଜଗନ୍ନାଥଙ୍କୁ ସ୍ନାନ ବେଦିରେ ବିଜେ କରଯାଇଥିଲା। ସେଠାରେ ମନ୍ତ୍ର,ପୂଜା ଅର୍ଚ୍ଚନା ,ପାଞ୍ଚାମ୍ବୃତ ପରେ ସ୍ନାନ ବେଦୀରେ ଶୁଦ୍ଧ ଜଳରେ ସ୍ନାନ କରଯାଇଥିଲା। ପରେ ନୂତନ ବସ୍ତ୍ର ତୁଳସୀ ହାର ଫୁଲ ହାର ଲାଗି କରାଯାଇଥିଲା।ଠାକୁରଙ୍କୁ ଚନ୍ଦନ ବେଶ କରଯାଇଥିଲା। ବଳରାମ ସୁଭଦ୍ରା କୃଷ୍ଣ ଙ୍କୁ ସୁନାବେଶ ଓ ଜଗନ୍ନାଥ ଙ୍କୁ ରୂପା ବେଶ କରାଯାଇଥିଲା। ସକାଳ ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ମଧ୍ୟାହ୍ନ ସମୟରେ ଫଳମୂଳ ମିଷ୍ଟାନ୍ନ ଭୋଗ ଲାଗି କରାଯାଇଥିଲା। ସନ୍ଧ୍ୟା ପୂର୍ବ ରୁ ସନ୍ଧ୍ୟା ଆଳତି କରାଯାଇ ଖେଚେଡ଼ି,ଅର୍ନ, ଡାଲମା ପୁଳିଭୋଗ ଲାଗି କରାଯିବ। ପୂଜକ ମନ ସୁମନ ମିଶ୍ର, ପୂଜକ ଶିବଶ୍ଚ ମିଶ୍ର, ମଳୟ କୁମାର କର, ପାଳିଆ ସେବକ ବ୍ରଜ ବିହାରି ମହାପାତ୍ର, କହାଲିଆ ଟିକନ୍ ବେହେରା, ସୁଆର ନୀଳମଣି, ଆଚାର୍ଯ୍ୟଦେବତୋର ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଓ ମନ୍ଦିର ଜିମାଦାର ଶ୍ୟାସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ପୁର୍ଣିମା ନୀତି ପାଳନ କରାଯାଇଥିଲା।ରାତ୍ରରେ ଠାକୁରଙ୍କୁ ଅଣସର ପିଣ୍ଡକୁ ସ୍ଥାନନ୍ତରିତ କରାଯିବ।




