State

ହରଭଙ୍ଗା ବ୍ଲକ ରେ ସ୍ନାନ ପୁର୍ଣିମା ପାଳିତ 

 

ହରଭଙ୍ଗା 22/6/24(ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନପୂଣ୍ଣିମା ପାଳିତ ହୋଇଯାଇଛି। ଏହି ଅବସରରେ ହରଭଙ୍ଗା ବ୍ଲକ ସ୍ଥିତ ଠିଡିକାଜୋର ଶ୍ରୀ ପୁରୁଷୋତ୍ତମ ଦେବ ଜଗନ୍ନାଥ ମନ୍ଦିର ରେ ମଧ୍ୟ ଦେବସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ଗଜାନନ ବେଶ ମହାଆଡମ୍ବର ଭାବେ ପାଳିତ ହୋଇଯାଇଛି । ଆଜି ପ୍ରତହରୁ ପୂଜକ ଓ ମନ୍ଦିର କମିଟି ସଦସ୍ୟ ଙ୍କ ମଧ୍ୟରେ ଯଥାରୀତି ପୂଜାଚ୍ଚନା ପରେ ଧଳପୁର ମହାନଦୀ ଘାଟ ରୁ ପବିତ୍ର ଜଳ ମନ୍ଦିରକୁ ଆଣା ଯାଇ ଥିଲା। ପରେ ମହାପ୍ରଭୁଙ୍କୁ ପହଣ୍ଡି କରି ସ୍ନାନ ମଣ୍ଡପରେ ବିଜେ କରାଯିବା ପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇ ଥିଲା ଓ ସ୍ନାନପରେ ମହାପ୍ରଭୁ ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ସମସ୍ତ ପୂଜାର୍ଚ୍ଚନା ବାମଦେବ ଦାଶ,ସୁଧାଂଶୁ ଦାଶ, ସନ୍ତୋଷ ପ୍ରଣିଗ୍ରାହୀ,ମନ୍ଦିର ପୂଜକ ନାରାୟଣ ନନ୍ଦ ଙ୍କ ଦ୍ଵାରା ଯଥା ରୀତିନୀତି ରେ ସମ୍ପୂର୍ଣ୍ଣ ହୋଇଥିବା ବେଳେ କମିଟି ସଭାପତି କୃଷ୍ଣଚନ୍ଦ୍ର ମଲ୍ଲିକ,ଙ୍କ ସହ ଅର୍ଜୁନ କହଁର,ଦୁର୍ଯୋଧନ ସାହୁ ,ସୁରେଶ ବେହେରା,ରମେଶଚନ୍ଦ୍ର ସାହୁ,ଯୋଗେଶ୍ୱର ନାୟକ,ସୁଶାନ୍ତ କହଁର,ଏସ ସାତ୍ରୀ ପାତ୍ର ପ୍ରମୁଖ କମିଟି ର ସମସ୍ତ ସଦସ୍ୟ ଓ ଅଞ୍ଚଳର ବହୁ ଭକ୍ତ ଉପସ୍ଥିତ ଥିଲେ।ସେହିପରି ହରଭଙ୍ଗା ଠାରେ ମଧ୍ୟ ପ୍ରଭୁ ଜଗନ୍ନାଥ ଙ୍କ ସ୍ନାନ ପୁର୍ଣିମା ପାଳିତ ହୋଇଥିଲା। ମନ୍ଦିର ପୂଜକ ହରି ପୁରୋହିତ, ପପୁ ପୁରୋହିତ, ଟୁକୁ ପୁରୋହିତ ଓ ଲାଲା ତ୍ରିପାଠୀ ଙ୍କ ଦ୍ୱାରା ଯଥା ରୀତିନୀତି ଅନୁଯାଇ କାର୍ଯ୍ୟ ସମ୍ପୂର୍ଣ ହୋଇଥିବା ବେଳେ ହରଭଙ୍ଗା ଅଞ୍ଚଳ ର ବହୁ ଭକ୍ତ ଉପସ୍ଥିତ ରହି ପ୍ରଭୁ ଜଗନ୍ନାଥ ଙ୍କ ହାତୀ ବେଶ କୁ ଦର୍ଶନ କରିଥିଲେ।

Related Articles

Back to top button