Education

ପ୍ରଧାନ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା l

 

ହରଭଙ୍ଗା- ( ଚିତ୍ତରଞ୍ଜନ ସିଂହ ) ଧଳପୁର ରାଜେନ୍ଦ୍ରନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୈଳାସ ପ୍ରଧାନ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନ ସହ କଳା, ସଂସ୍କୃତି, କ୍ରୀଡା ଓ ସହ ଶିକ୍ଷା କାର୍ଯ୍ୟକ୍ରମ ର ବିକାଶ ରେ ତାଙ୍କର ଅବଦାନ ଅବିସ୍ମରଣୀୟ। ଯୁବ ସୁଲଭ ଗୁଣ ଯୋଗୁଁ ଶ୍ରୀଯୁକ୍ତ ପ୍ରଧାନ ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷାପ୍ରେମି ଓ ସ୍ଥାନୀୟ ଜନସାଧାରଣ ମହଲ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବ ରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବାବୁଲାଲ ଭୋକ୍ତା ସଭାପତିତ୍ବ କରିଥିବାବେଳେ, ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗେନ୍ଦେରା କୁଜୁର ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଘନଶ୍ୟାମ ମେହେର ମୁଖ୍ୟ ବକ୍ତା, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅଜୟ କୁମାର ଲୁହା ସମ୍ମାନୀତ ଅତିଥି , ସ୍ଥାନୀୟ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ମହାକୁଡ ଓ ମୋ ସ୍କୁଲ୍ ଆଲୁମିନି ସଭାପତି ଶ୍ରୀଯୁକ୍ତ ରାଜକିଶୋର ପଣ୍ଡା ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ।
ଉକ୍ତ ବର୍ଣ୍ଣାଢ଼୍ୟ ଉତ୍ସବରେ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷା କର୍ମଚାରୀ ବିଦ୍ୟାଧର ଖୁଣ୍ଟିଆ, ଜଜ୍ଞେଶ୍ୱର ମହାକୁଡ,ବିଶ୍ଵାମିତ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସଭାରେ ମଞ୍ଚାସିନ ଅତିଥି ଓ ବିଭିନ୍ନ ଉଚ୍ଚ ବିଦ୍ୟାଳୟ ରୁ ଆସିଥିବା ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ କୈଳାସ ପ୍ରଧାନ ଙ୍କ ସେବନିବୃତ୍ତ ପର ଜୀବନ ନିରୋଗ, ସୁଖମୟ ଓ ସମାଜ ପାଇଁ ଉତ୍ସର୍ଗୀକୃତ ହେଉ ବୋଲି କାମନା କରିଥିଲେ। ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଙ୍କ ତରଫରୁ ଏକ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ବିଦ୍ୟାଳୟ ର ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶ୍ରୀଯୁକ୍ତ ସଞ୍ଜୀବ କୁମାର ଭୋକ୍ତା ଧନ୍ୟବାଦ ଅର୍ପଣ କରିଥିଲେ l

Related Articles

Back to top button