Education

ପ୍ରତିଭା ସମ୍ମାନ ସମାରୋହ

ଛତିଆ ୨୮/୫(ଆ.ପ୍ର.) ଓଡ଼ିଶା ମାଧ୍ୟମିକ ଶିକ୍ଷାବୋର୍ଡ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ବଡ଼ଚଣା ବ୍ଳକରୁ A1 ସ୍ଥାନରେ କୃତିତ୍ୱ ଅର୍ଜନ କରିଥିବା ୭ ଜଣ ଛାତ୍ରଛାତ୍ରୀଙ୍କୁ ବଡଚଣା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବଡ଼ଚଣା ବି.ଇ.ଓ.କାର୍ଯ୍ୟାଳୟ ତଥା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ବଡ଼ଚଣା ତରଫରୁ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇ ପ୍ରତିଭାମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ତଥା ଉପହାର ପ୍ରଦାନ କରାଯାଇଅଛି। ମଣ୍ଡଳ ଶିକ୍ଷାଧିକାରିଣୀ ଶ୍ରୀମତୀ ସବିତା ସାହୁ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିବା ସହ ବଡ଼ଚଣା ବ୍ଳକର ଛାତ୍ରୀ ସଂସିତା ମହାନ୍ତି ଜିଲ୍ଲାରେ ୨ୟ ସର୍ବୋଚ୍ଚ ନମ୍ବର ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଥିଲେ। ଶୃଙ୍ଖଳା, ସାଧନା ଓ ପ୍ରଯତ୍ନ ପ୍ରତ୍ୟେକ ସଫଳତାର ମନ୍ତ୍ର ବୋଲି ଛାତ୍ର ଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ନୋଡାଲ ଇନଚାର୍ଯ ସ୍ମୃତିରଂଜନ ଆଚାର୍ଯ୍ୟ, ଓଷ୍ଟା ସଭାପତି ଦୟାନିଧି ସାମଲ, ସଂପାଦକ ସତ୍ୟବାଦୀ ପଣ୍ଡା, ନିଝୁମ୍ ମହାନ୍ତି,ଏ.ବି.ଓ.ଦେବାଶିଷ ମହାନ୍ତି, ରତିକାନ୍ତ ସାମଲ, ହରିହର ସାହୁ, ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ପିତାମାତା ସମ୍ଵର୍ଦ୍ଧନା ସଭାରେ ଶୁଭେଚ୍ଛା ଜଣାଇଥିଲେ।A1 ପାଇଥିବା ଛାତ୍ର ଛାତ୍ରଛାତ୍ରୀ ମାନେ ହେଲେ -(୧) ସଂସିତା ମହାନ୍ତି ୫୫୬ ଖଡିଅଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ (୨) ବିଶ୍ଵଜିତ୍ ଖୁଣ୍ଟିଆ ୫୫୨ ଓ (୩) ଦିଶାରାଣୀ ବିଶ୍ଵାଳ ୫୪୭ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଲିଚନ୍ଦ୍ରପୁର (୪) ସୁଶ୍ରୀ ଶୁଭଦର୍ଶିନୀ ପଣ୍ଡା ୫୪୫ ବଡ଼ଚଣା ସରକାରୀ ଉଚ୍ଚ ବିଦ୍ୟାଳୟ,(୫) ସ୍ମୃତିରେଖା ମଳିକ ୫୪୦ ଛ’ମୈ।ଜା ବିଦ୍ୟାପୀଠ ବିଧାରପୁର,(୬) ଅଙ୍କିତା ଦାସ ୫୪୦ ଚଣ୍ଡିଖୋଲ ସରକାରୀ ଉଚ୍ଚ ବିଦ୍ୟାଳୟ,(୭) ସ୍ମୃତିଦୀପା ମହାନ୍ତି ୫୪୦ ମା ମଙ୍ଗଳା ଉଚ୍ଚ ବିଦ୍ୟାଳୟ ପାରିପଲେଇ। ପରିଶେଷରେ ବଡ଼ଚଣା ଓଷ୍ଟାର ଯୁଗ୍ମ ସମ୍ପାଦକ ଶ୍ରୀ ଲକ୍ଷ୍ମୀଧର ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Back to top button