State

ଆଧ୍ୟାତ୍ମିକ ପ୍ରେମୀ ଗୌରାଙ୍ଗ ସାହୁଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା !

ତିର୍ତ୍ତୋଲ ::- କେହି ମହାପୁରୁଷ କହିଥିଲେ ଏ ଜୀବନ ଏକ ନାଟକ ଆମେ ସବୁ କଳାକାର !ଦୁନିଆଁ ର ରଙ୍ଗମଞ୍ଚ ରେ ଆମେ ବିଭିନ୍ନ ଚରିତ୍ରରେ ଅଭିନୟ କରୁଛେ !କିଏ ପୁଅ, କିଏ ଝିଅ, କିଏ ଭାଇ କିଏ ଭଉଣୀ ତ କିଏ ପୁଣି ବାପା, ମାଆ, ଆଉ ଜେଜେମା ଜେଜେବାପା ଚରିତ୍ର କୁ ଆପଣେଇ ନେଇଛେ ! ସେଇପରି ବାସ୍ତବ ଜୀବନରେ ଜଣେ ନିଜେ ବଂଚିବା ସହିତ ପରିବାର ର ବୋଝ ସମ୍ଭାଳିବାକୁ ସଂଘର୍ଷ କରୁଥିବା ଆଧ୍ୟାତ୍ମିକ ସଂକୀର୍ତ୍ତନ ପ୍ରେମୀ ଥିଲେ ସ୍ବର୍ଗତଃ ଗୌରାଙ୍ଗ ଚରଣ ସାହୁ ! ପରିବାରର ସୁଖ ଫେରେଇ ଆଣିବାକୁ ଅକ୍ଲାନ୍ତ ପରିଶ୍ରମ କରି ହାରି ଯାଇନଥିଲେ ବରଂ ସଫଳ ହୋଇଥିଲେ !କିନ୍ତୁ ସୁଖ କୁ ମନଭରି ଉପଭୋଗ କରିବା ପୂର୍ବରୁ ଈଶ୍ୱର ନିଜ ପାଖକୁ ତାଙ୍କୁ ନେଇଗଲେ !ସେ ଜଣେ ଧାର୍ମିକ, ଦୟାଶୀଳ, ସଂଗୀତ ପ୍ରିୟ, ସଂକୀର୍ତନ ପ୍ରେମୀ, ଆଧ୍ୟାତ୍ମିକବାଦୀ, ସରଳ ନିଷ୍କପଟ ବ୍ୟକ୍ତିତ୍ୱ ଥିଲେ ! ତାଙ୍କ ମୃତ୍ୟୁରେ ତିର୍ତ୍ତୋଲ ବ୍ଲକ ର ବହୁ ଜଣାଶୁଣା ବ୍ୟକ୍ତି ମର୍ମାହତ ହେବା ସହିତ ଶୋକ ପ୍ରକାଶ କରିଥିଲେ ! ମୃତ୍ୟୁ ସମୟରେ ସ୍ବର୍ଗତଃ ସାହୁଙ୍କ ପାଖରେ ତାଙ୍କର ଚାରି ପୁତ୍ର, ପୁତ୍ରବଧୂ, ଝିଅ ଜ୍ୱାଇଁ, ନାତିନାତୁଣୀ ସମସ୍ତେ ଥିଲେ ! ଆଜି ତାଙ୍କର ଏକାଦଶାହ ଉପଲକ୍ଷେ କେବଳ ତିର୍ତ୍ତୋଲ ବ୍ଲକ ନୁହେଁ ବରଂ ଜଗତସିଂହପୁର ଜିଲ୍ଲାର ବହୁ ରାଜନୈତିକ ନେତୃବୃନ୍ଦ ତାଙ୍କ ତାସଙ୍ଗରା ବ୍ରହ୍ମପୁରସ୍ଥ ବାସଭବନରେ ଉପସ୍ଥିତ ହୋଇ ସୃତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବାର ଦେଖାଯାଇଥିଲା ! ସମସ୍ତ ଅତିଥି ମାନଙ୍କୁ ସ୍ବର୍ଗତଃ ସାହୁଙ୍କର ପୁତ୍ର ଯୁବ ସମାଜସେବୀ ପ୍ରଭାସ କୁମାର ସାହୁ ଏବଂ ପୁତ୍ରବଧୂ ତଥା କନୀମୂଳ ପଞ୍ଚାୟତ ର ସରପଞ୍ଚ ଅନୁସୂୟା ମହାନ୍ତି ସ୍ୱାଗତ କରିଥିବାର ଦେଖିବାକୁ ମିଳିଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button