Education

କୋଟସମଲାଇ ହାଇସ୍କୁଲ ର ମାଟ୍ରିକ ଟପ୍ପର ହେଲେ ପୂଜା କମ୍ପ

ଉଲୁଣ୍ଡା ୨୬/୦୫ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ଜଗନ୍ନାଥ ଏକାଡେମୀ କୋଟସମଲାଇ ର ଛାତ୍ରୀ ପୂଜା କମ୍ପ ହାଇସ୍କୁଲ ସ୍ତରରେ ୪୯୯ ମାର୍କ ଆଣି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ସେ ହାଇସ୍କୁଲ ସ୍ତରରେ ମାଟ୍ରିକ ଟପ୍ପର ହୋଇଛନ୍ତି। ଛାତ୍ରୀ ପୂଜା କମ୍ପ ଟପ୍ପର ହୋଇଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ,ପରିବାର ରେ, ଗାଁ ରେ, ଅଞ୍ଚଳ ରେ ଖୁସିର ଲହରୀ ଖେଳି ଯାଇଛି।ଛାତ୍ରୀ ପୂଜା କମ୍ପ ସାହିତ୍ୟ ରେ ୯୦, ଇଂରାଜୀ ରେ ୭୨, ସଂସ୍କୃତ ରେ ୯୧, ଗଣିତରେ ୭୪, ବିଜ୍ଞାନ ରେ ୭୬, ଇତିହାସ ଭୂଗୋଳ ୯୬ ମାର୍କ ଆଣି ଗୈରବ ଅର୍ଜନ କରିଥିଲେ। ଛାତ୍ରୀ କରିନା ଖୁର୍ଡିଆ ୪୬୨ ମାର୍କ ଆଣି ହାଇସ୍କୁଲ ସ୍ତରରେ ଦ୍ଵିତୀୟ ସ୍ଥାନରେ ଅଧିକାର କରିଛନ୍ତି।କରିନା ସାହିତ୍ୟ ରେ ୯୦, ଇଂରାଜୀ ରେ ୬୯, ସଂସ୍କୃତ ରେ ୯୫, ଗଣିତରେ ୫୪, ବିଜ୍ଞାନ ରେ ୭୬, ଇତିହାସ ଭୂଗୋଳ ରେ ୭୮ ମାର୍କ ଆଣି ଗୈରବ ଅର୍ଜନ କରିଛନ୍ତି। ଛାତ୍ରୀ ପୂଜା କମ୍ପ ପ୍ରଥମ, ଛାତ୍ରୀ କରିନା ଖୁର୍ଡିଆ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବାରୁ ଗାଁ, ଅଞ୍ଚଳ, ବିଦ୍ୟାଳୟ, ପରିବାର ରେ ଖୁସିର ଲହରୀ ଖେଳିଯାଇଛି। କୋଟସମଲାଇ ହାଇସ୍କୁଲ ରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଶତପ୍ରତିଶତ ପାସ୍ କରିଥିବା ଜଣାପଡ଼ିଛି।

Related Articles

Back to top button