କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ମେଦିନୀପୁର ସ୍କୁଲ ଛାତ୍ର ୟତନରାଜ ଜିଲ୍ଲା ଟପର


ଭବାନୀପାଟଣା (ସ ପ୍ର)ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ତରଫରୁ ଚଳିତ ବର୍ଷ 2024 ର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ ହୋଇଅଛି। ଏହି ପରୀକ୍ଷା ଫଳ ରେ କଳାହାଣ୍ଡି ଜିଲ୍ଲାର 95.86 ପ୍ରତିଶତ ପାସ୍ ହାର ଥିଲାବେଳେ ଜିଲାରେ ମୋଟ 6 ଜଣ ଛାତ୍ରୀ ଛାତ୍ର 90 ପ୍ରତିଶତ ରୁ ଉର୍ଦ୍ଧ ତଥା ଏ ୱାନ ଗ୍ରେଡ୍ ପାଇଁ ସଫଳତା ହାସଲ କରିଛନ୍ତି। ସେଥି ମଧ୍ୟରୁ ମେଦିନୀପୁର ହାଇସ୍କୁଲ ର ୟତନରାଜ ସାହୁ 546 ମାର୍କ ଅର୍ଥାତ୍ ୯୧% ପ୍ରତିଶତ ପାଇଁ ଜିଲ୍ଲା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହି ବିଦ୍ୟାଳୟର ଜସ୍ମିନ ପ୍ରଧାନ 540,ଖୁସବୁ ମେହେର 540 ମାର୍କ ତଥା 90 ପ୍ରତିଶତ ପାଇଛନ୍ତି। ସେହିପରି ଥୁଆମୂଳ ରାମପୁର ବ୍ଲକର ଗୋପାଲପୁର ଏସ୍ ଏସ୍ ଡି ସ୍କୁଲ ର ଛାତ୍ରୀ ସୁପ୍ରଭା ନାୟକ 540 ମାର୍କ, ଗୋଲାମୁଣ୍ଡା ବ୍ଲକର ବୃନ୍ଦା ବାହାଲ ସ୍କୁଲ ର ପ୍ରଭାସ ନାୟକ 540 ମାର୍କ, ଧର୍ମଗଡ ବ୍ଲକ ର ସିନ୍ଧି କୁଲିଆରୀ ସ୍କୁଲ ର ଚୁମନ ଲାଲ ବୁଡେକ 540 ମାର୍କ ତଥା 90 ପ୍ରତିଶତ ମାର୍କ ରଖିଛନ୍ତି।ମେଦିନୀପୁର ହାଇ ସ୍କୁଲ୍ ର ୟତନରାଜ ସାହୁ ଚଳିତବର୍ଷ 2024 ରେ କଳାହାଣ୍ଡି ଜିଲ୍ଲା ଟପର ହୋଇଛନ୍ତି. ମେଦିନୀପୁର ସ୍କୁଲ ର ମୋଟ 173 ଜଣ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିଲେ। ସମସ୍ତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇ ଶତପ୍ରତିଶତ ସଫଳତା ହାସଲ କରିଛି।ଏହି ବିଦ୍ୟାଳୟ ର ମୋଟ 106 ଜଣ ଛାତ୍ରଛାତ୍ରୀ ଏବଂ ଶାସ୍ତ୍ରୀଜୀ ଶିକ୍ଷା ନିକେତନ ର 67 ଜଣ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟ ତରଫରୁ ପରୀକ୍ଷା ଦେଇଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ




