Religion

ଏରଡ଼ଙ୍ଗା ଦାଶଙ୍କ ସାହିରେ ସ୍ବାମୀ ନିର୍ଭୟା ନନ୍ଦ ଙ୍କ ୧୦୪ ତମ ବିଶ୍ଵଶାନ୍ତି ମହାଯଜ୍ଞ !

ରଘୁନାଥପୁର ::-ରାଜ୍ୟ ତଥା ସାରା ଭାରତ ର କୋଣ ଅନୁକୋଣେ ପରିଚିତ ସ୍ୱାମୀ ନିର୍ଭୟାନନ୍ଦ ଜୀ କୌଣସି ନା କୌଣସି ସ୍ଥାନରେ ପ୍ରତିବର୍ଷ ଆୟୋଜନ କରନ୍ତି ବିଶ୍ଵଶାନ୍ତି ମହାଯଜ୍ଞ !ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅନ୍ତର୍ଗତ, ଏରଡଙ୍ଗା ପଞ୍ଚାୟତ ଦାସଙ୍ଗସାହି ସ୍ଥିତ ଶ୍ରୀ ଶ୍ରୀ ରାଧାକାନ୍ତ ଜୀଉ ଙ୍କ ପୀଠ ସ୍ଥଳି ରେ ଗତ ୨୪ ତାରିଖ ଠାରୁ ଶୁଭାରମ୍ଭ ହୋଇଛି ସ୍ୱାମୀ ନିର୍ଭୟାନନ୍ଦ ଜୀ ଙ୍କ ୧୦୪ତମ ବିଶ୍ଵଶାନ୍ତି ମହାଯଜ୍ଞ !ଏହି ଉପଲକ୍ଷେ ପ୍ରତ୍ୟୁଷରୁ, ପୁଣ୍ୟତୋୟା ହଁଶୁଆ ନଦୀରୁ ଏକ ବିଶାଳ କଳସ ଶୋଭାଯାତ୍ରା ଓ ଅଗ୍ନି ସ୍ଥାପନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ନଦୀଘାଟରେ ସଂକଳ୍ପ କଳସ ପୂଜାର୍ଚ୍ଚନା କରାଯିବା ପରେ,ଚାମର,ଆଲଟ,ଛତା, ଘଣ୍ଟ ଘଣ୍ଟା କାହାଳୀ ,ଭେରି ତୂରୀ,ଢୋଲ ମହୁରୀ,ନାମ ସଙ୍କୀର୍ତ୍ତନ ଓ ହରିବୋଲ ହୁଳହୁଳି ଧ୍ବନି ମଧ୍ୟରେ ବର୍ଣ୍ଣାଢ଼୍ୟ ପଟୁଆର, ଠାକୁର ରାଧାକାନ୍ତ ଙ୍କ ପୀଠ ସ୍ଥଳି ରେ ପହଞ୍ଚିଥିଲା। ଏଥିରେ ଶହେ ଆଠ ଜଣ ମହିଳା ଭକ୍ତ ଅଂଶ ଗ୍ରହଣ କରିଥିବା ବେଳେ,ଏରଡଙ୍ଗ ଓ ପୁରୁଣାବସନ୍ତ ପଞ୍ଚାୟତର ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଓ ଅଞ୍ଚଳବାସୀ ମାନେ ଯୋଗଦେଇ ଥିବାର ଦେଖିବାକୁ ମିଳିଥିଲା। ଆଧ୍ୟାତ୍ମିକ ଧର୍ମଗୁରୁ ସ୍ୱାମୀ ନିର୍ଭୟା ନନ୍ଦ ମହାରାଜଜୀ ଙ୍କ ମାର୍ଗଦର୍ଶନ ଓ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ବିଶ୍ଵଶାନ୍ତି ମହାଯଜ୍ଞ ରେ ପ୍ରତିଦିନ, ଗୋପୁଜା,ସୂର୍ଯ୍ୟପୂଜା, ଦଶଦିଗପାଳ ପୂଜା ,ବିଶ୍ୱମାତା ପୂଜା ମଣ୍ଡପରେ ଅଖଣ୍ଡଧୁନି ପ୍ରଜ୍ବଳନ, ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ଵାରା ମହାଯଜ୍ଞ ରେ ଆହୂତୀ ପ୍ରଦାନ, ଠାକୁର ଙ୍କ ଷୋଡ଼ଶ ଉପଚାର ପୂଜାର୍ଚ୍ଚନା ସହିତ ସହସ୍ରାଧିକ ତୁଳସୀ ଲାଗି ସହିତ ପ୍ରତ୍ୟେହ, ନାମଯଜ୍ଞ, ଅନ୍ନଯଜ୍ଞ, ଜପଯଜ୍ଞ, ଜ୍ଞାନଯଜ୍ଞ ଆଦି ଆଧ୍ୟାତ୍ମିକ ସାରସ୍ଵତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବହୁ ଖ୍ୟାତନାମା ସାଧୁ ସନ୍ଥ ମହାତ୍ମା ଓ ଜ୍ଞାନୀ ଗୁଣୀ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେବେ ବୋଲି, ଯଜ୍ଞ ପରିଚାଳନା କମିଟି ର ସମସ୍ତ କର୍ମକର୍ତ୍ତା ମାନେ ସୂଚନା ପ୍ରଦାନ କରିଅଛନ୍ତି। ଆସନ୍ତା ମେଁ ୩୧ ତାରିଖ ଦିନ ଯଜ୍ଞର ପୂର୍ଣ୍ଣାହୂତି ପ୍ରଦାନ କରାଯିବ ବୋଲି କମିଟିର ସଭାପତି ସୂଚନା ପ୍ରଦାନ କରିଛନ୍ତି !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button