ଉଦାସ ଆଶ୍ରମର ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ବ୍ରହ୍ମ ଏକାକ୍ଷର ମହାଯଜ୍ଞ,

,ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ନିକଟ ସୋଲର ସ୍ଥିତ ଉଦାସ ଆଶ୍ରମର ବାର୍ଷିକ ଉତ୍ସବ ଆଶ୍ରମ ପରିସରରେ ଆଶ୍ରମର ପିଠାଧିଶ ସ୍ୱାମୀ ଜଞେଶ୍ବରାନନ୍ଦ ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶ୍ୱଶାନ୍ତି ବ୍ରହ୍ମ ଏକାକ୍ଷର ମହାଯଜ୍ଞର ଆୟୋଜନ କରାଯାଇଥିଲା । ଗତ ପାଞ୍ଚ ଦିନ ଧରି ଆୟୋଜିତ ଏହି ଯଜ୍ଞ ଉତ୍ସବରେ ଆଜି ପୂର୍ଣ୍ଣାହୁତି ଦିଆଯାଇଥିଲା । ଏହି ମହାଯଜ୍ଞର କର୍ତ୍ତାଭାବେ ସଞ୍ଜୟ କୁମାର ବାରିକ ଓ ତାଙ୍କ ପତ୍ନୀ ଗୀତିମୟୀ ବାରିକ ଦାୟିତ୍ୱ ନିଭାନ କରିଥିବା ବେଳେ ପଣ୍ଡିତ ଖଗେଶ୍ୱର ରଥ, ଗୟାଧର ପଣ୍ଡା, ଅକ୍ଷୟ ତ୍ରିପାଠୀ ଓ ନୀଳମଣି ପଣ୍ଡା ପ୍ରମୁଖ ଯଜ୍ଞ କାର୍ଯ୍ୟ ସମ୍ପାଦିତ କରିଥିଲେ । ଏହି ଯଜ୍ଞ କାର୍ଯ୍ୟକ୍ରମରେ ପ୍ରତ୍ୟହ ଶୂନ୍ୟବାସୀଙ୍କର ପ୍ରଭାତୀ ପ୍ରାର୍ଥନା ସହିତ ସୂର୍ଯ୍ୟ ପୂଜା, ଗୋ-ପୂଜା,ଯଜ୍ଞରେ ଆହୁତି ପ୍ରଦାନ, ଅଖଣ୍ଡ ନାମ ସଂକୀର୍ତ୍ତନ, ସତସଙ୍ଗ ଓ ଗୁରୁପୂଜା ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କଳା, ସାହିତ୍ୟ, ଶିକ୍ଷା, ସେବା, ସଂସ୍କୃତି ଓ ଧର୍ମ ଆଦି ବିଭିନ୍ନ କ୍ଷେତ୍ରରେ ଗୌରବ ଅର୍ଜନ କରିଥିବା ଓଡ଼ିଶାର ପ୍ରତିଷ୍ଠିତ ପ୍ରତିଭା ମାନଙ୍କ ସମେତ ଉଦାସ ଆଶ୍ରମ ଆଦର୍ଶରେ ଅନୁପ୍ରାଣିତ ବହୁ ଭକ୍ତ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ବିଭିନ୍ନ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ମାନଙ୍କୁ ବହି ଖାତା କଲମ ପ୍ରଦାନ କରାଯାଇଥିବା ବେଳେ ସାଂସ୍କୁତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏ ସମସ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଆଶ୍ରମର ପ୍ରମୁଖ ସେବକ ଦିବ୍ୟଲୋଚନ ଦାସ ପରିଚାଳନା କରିଥିବା ବେଳେ ଉଦାସ ପନ୍ଥୀ ଭକ୍ତ ସର୍ବଶ୍ରୀ ଶଶୀଭୂଷଣ ନାୟକ, ଶରଦାକାନ୍ତ ମିଶ୍ର, ପ୍ରଫୁଲ୍ଲ କୁମାର ପୃଷ୍ଟି, ଅରକ୍ଷିତ ପୃଷ୍ଟି, ପଦ୍ମକାନ୍ତ ମହାନ୍ତି ଦିବାକର ସାହୁ, ରାକେଶ କୁମାର ପାତ୍ର, ସନ୍ତୋଷ କୁମାର ଭୂୟାଁ ଓ ରବିନ ଖଣ୍ଡାୟତରାୟ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଆଶ୍ରମର ଏହି ପାଞ୍ଚ ଦିନିଆ ବାର୍ଷିକ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଉଦାସ ପନ୍ଥୀ ଭକ୍ତଙ୍କର ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା
ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ, ସମର୍ଥ news