ପରଜଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥିଙ୍କର ପରଜଙ୍ଗ ବ୍ଲକର ବିଭିନ୍ନ ପଂଚାୟତରେ ମାରାଥନ ପ୍ରଚାର

ରିପୋର୍ଟ -ଦୀପ ନାରାୟଣ ଷଡ଼ଙ୍ଗୀ ସମର୍ଥ ନ୍ୟୁଜ ଢେଙ୍କାନାଳ
Place -ଢେଙ୍କାନାଳ
Date -22-05-24
Faramat -AVO
Anchor -ଗ୍ରୀଷ୍ମ ପ୍ରଭାବ ଠାରୁ ବଢ଼ି ଗଲାଣି ନିର୍ବାଚନ ପ୍ରଚାରର ମାହୋଲ l ନିର୍ବାଚନ ତାରିଖ ଯେତିକି ପାଖେଇ ପାଖେଇ ଆସୁଚି ପରଜଙ୍ଗ ବିଧାନସଭା ବିଜେପିର ପ୍ରାଥୀ ବିଭୁତି ପ୍ରଧାନଙ୍କର କ୍ରେଜ ବଢ଼ିବାରେ ଲାଗୁଚି l ଜୋରଦାର ଭାବରେ ଆରମ୍ଭ କରି ଦେଇଛନ୍ତି ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଜେପିର ବିଧାୟକ ପ୍ରାର୍ଥୀ ବିଭୁତି ପ୍ରଧାନ ନିର୍ବାଚନ ବୌତରଣୀରେ ପାର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବିଭୁତି କଥାରେ ନୁହେଁ କାମରେ ଦେଖେଇବେ l ଓଡିଶାରେ ଡବଲ ଇଞ୍ଜିନ ସରକାର ଗଢିବା ପାଇଁ ଭୋଟର ମାନଙ୍କ ପାଖକୁ ଯାଇ ସମସ୍ୟା ବୁଝିବା ସହିତ ବିଜୟ ପରେ ସମାଧାନ କରିବା ପାଇଁ ପ୍ରତିଶୃତି ଦେଉଛନ୍ତି l ଆଜି ଏକ ବିଶାଳ ରୋଡ଼ ସୋ ମାଧ୍ୟମରେ ପରଜଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତରେ ଆଖପାଖ 20 ଖଣ୍ଡ ଗ୍ରାମକୁ ଯାଇ ଲୋକ ମାନଙ୍କର ଆଶୀର୍ବାଦ ଭିକ୍ଷା କରିବା ସହିତ ଢେଙ୍କାନାଳ ଲୋକସଭା ଆସନ ପାଇଁ ରୁଦ୍ରନାରାୟଣ ପାଣି ଓ ପରଜଙ୍ଗ ବିଧାନସଭା ଆସନ ପାଇଁ ଭୋଟ ଭିକ୍ଷା କରିଛନ୍ତି ବିଧାୟକ ପ୍ରାର୍ଥୀ ବିଭୁତି ପ୍ରଧାନ lଦୁଇଟି ଯାକ ଭୋଟ ପଦ୍ମ ଫୁଲ ଚି଼ହ୍ନରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି l
ପରଜଙ୍ଗ ବିଧାନସଭା ପ୍ରାର୍ଥୀ ବିଭୁତି ପ୍ରଧାନଙ୍କ ଦ୍ଵାରା ଏକ ରୋଡ଼ ଶୋ କାର୍ଯ୍ୟକ୍ରମ ହୋଇଥିଲା ଏହି କାର୍ଯ୍ୟକ୍ରମରେ ପାଞ୍ଚ ହଜାରରୁ ଉର୍ଦ୍ଧ ମୋଦି ପ୍ରେମି ଯୋଗ ଦେଇଥିଲେ । କିଭଳି ଭାବରେ ଭାରତ ବର୍ଷରେ ତୃତୀୟ ଥର ମୋଦି ଙ୍କୁ ପ୍ରଧାନମନ୍ତ୍ରୀ କରିବା ଓ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବ ଲୋକକୁ ବୁଝାଇଥିଲେ । ତା ସହିତ ପ୍ରଧାନମନ୍ତ୍ରୀଙ୍କର ଜନ କଲ୍ୟାଣ ଯୋଜନା ମାନ ଓଡିଶାରେ ହୋଇପାରିବ ସେ ବିଷୟର କହିଥିଲେ । ପ୍ରଧାନମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି ଓ ମୋଦି ଗ୍ୟାରେଣ୍ଟି କଥା ମଧ୍ୟ ପ୍ରକାଶ କରିଥିଲେ । ସେଥିପାଇଁ ପଦ୍ମ ଫୁଲ ଚିହ୍ନରେ ଦୁଇଟି ଭୋଟ ଦେବାକୁ ଅନୁରୋଧ କରିଛନ୍ତି