Religion

ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରରେ ଚନ୍ଦନ ଲାଗି ବେଶ ଚାଲୁରହିଛି।

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଚନ୍ଦନ ଲାଗି ବେଶ ଚାଲୁରହିଛି। ଏହା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁରହିବ। ପ୍ରତ୍ୟେକ ଦିନ ଖେଚୁଡ଼ି ଧୂପ ପୁର୍ବରୁ ଚନ୍ଦନ ଘୋରାଯାଇ ବଳରାମ,କୃଷ୍ଣ, ସୁଭଦ୍ରା,ଋକୃଣୀ ଜଗନ୍ନାଥଙ୍କୁ ଅତ୍ୟଧିକ ଗରମରୁ ଥଣ୍ଡା ହେବାପାଇଁ ଲାଗି କରାଯାଉଛି। ତାପରେ ଖେଚୁଡ଼ି ଭୋଗ, ମଧ୍ୟାହ୍ନ ରେ ଅର୍ନ ଧୂପ ସନ୍ଧ୍ୟା ଆଳତି ରାତ୍ରରେ ରାତ୍ର ଧୂପ ପରେ ପହଡ ପଡୁଛି। ପୂଜକ ମଳୟ କର ପାଳିଆସେବକ ସମ୍ଭୁନାଥ ମହାପାତ୍ର ପାଳିଆସେବକ ବ୍ରଜମୋହନ ମହାପାତ୍ର କାହାଳିଆ ଟିକନ ବେହେରା ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତରେ ଏହି ଚନ୍ଦନ ଲାଗିଲା ବେଶ ଅନୁଷ୍ଠିତ ହୋଉଛି

ବ୍ୟୁରୋ ରିପୋର୍ଟ ସମର୍ଥ ନିୟୁଜ୍

Related Articles

Back to top button