Religion

ମା’ ତାରିଣୀଙ୍କ ୨୦ତମ ଜନ୍ମ ବାର୍ଷିକ ଯଜ୍ଞ ଉତ୍ସବର ପୂର୍ଣାହୁତି

 

ଢେଙ୍କାନାଳ, ୧୮/୫: ଢେଙ୍କାନାଳ ସହର ଗାନ୍ଧୀ ମନ୍ଦିର ରୋଡସ୍ଥିତ ମା’ତାରିଣୀଙ୍କ ୨୦ତମ ଜନ୍ମ ବାର୍ଷିକ ଯଜ୍ଞ ଉତ୍ସବର ପୂର୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି। ଏହି ଯଜ୍ଞ ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ଗୋ-ପୂଜା, ଚଣ୍ଡୀପାଠ, ସପ୍ତଚଣ୍ଡୀ ଆହୁତି ଓ ମା’ଙ୍କ ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା । ୧୭ ତାରିଖ ଦିନ ରୁଦ୍ରାଭିଷେକ ଓ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଆଦ୍ୟ ପୂର୍ଣାହୁତିରେ ମା’ ତାରିଣୀଙ୍କୁ ରାଜରାଜେଶ୍ଵରୀ ବେଶ କରାଯାଇ ବିଭିନ୍ନ ଭୋଗରାଗ ଲାଗି କରାଯାଇଥିଲା। ସନ୍ଧ୍ୟା ରେ ଭକ୍ତମାନେ ପ୍ରସାଦସେବନ କରିଥିଲେ । କର୍ତା ଭାବେ ନୀଳକଣ୍ଠ ଦୋରା ଓ ବ୍ରଜମୋହନ ସାହୁଙ୍କ ସମେତ ସଭାପତି ଅଭିମନ୍ୟୁ ବେହେରା, ସଂପାଦକ ଜୀ ମନ୍ମଥ ରାଓ, ସଦସ୍ୟ କେଶବ ଚନ୍ଦ୍ର ବେହେରା, ନିରାକାର ପଟ୍ଟନାୟକ, ଶରତ ଚନ୍ଦ୍ର ମହାପାତ୍ର, ନରେନ୍ଦ୍ର ବାରିକ୍, ଶଶୀକାନ୍ତ ଦାସ, ରାଜୀବ ବସ୍ତିଆ, ଶୁଭେନ୍ଦୁ ପଟ୍ଟନାୟକ, ସୁଶାନ୍ତ କୁମାର ବେହେରା, ଟୁନା ହୋତା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ ସମର୍ଥ ନିୟୁଜ୍

Related Articles

Back to top button