Religion

ହନୁମାନ ବାଟିକାରେ ହନୁମାନଙ୍କର ୧୬ତମ ବାର୍ଷିକୋତ୍ସବ ପାଳିତ

 

ଢେଙ୍କାନାଳ, ୧୪/୫: ଢେଙ୍କାନାଳ ସ‌ହର ବସ୍‌ଷ୍ଟାଣ୍ଡ ନିକଟ ହନୁମାନ ଚାଟିକା ଠାରେ ହନୁମାନଙ୍କର ୧୬ତମ ବାର୍ଷିକୋତ୍ସବ ମହାଆଡମ୍ବର ସହ ପାଳିତ ହୋଇଯାଇଅଛି । ପ୍ରଥମେ ହନୁମାନଙ୍କ ଠାରେ ମଙ୍ଗଳା ଆଳତୀ ଓ ପରେ ମାଜଣା କରାଯାଇଥିଲା । ସୂର୍ଯ୍ୟପୂଜା, ମଣ୍ଡଳାଦି ପୂଜା, ଅଗ୍ନିସ୍ଥାପନ, ଷୋଡଶ ଉପଚାର ପୂଜା ଓ ଗୀତାଯଜ୍ଞ ସହିତ ହଜାରେ ଆହୁତି ଦିଆଯାଇଥିଲା । ଭକ୍ତମାନେ ବିଭିନ୍ନ ଭୋଗରାଗ ହନୁମାନଙ୍କ ପାଖରେ ଲାଗି କରିଥିଲେ। ମଧ୍ୟାହ୍ନରେ ତିନି ହଜାରରୁ ଉର୍ଦ୍ଧ୍ବ ଭକ୍ତ ପ୍ରସାଦସେବନ କରିଥିଲେ । ପୂଜକ ଅମରେନ୍ଦ୍ର ମିଶ୍ର ସମସ୍ତ ପୂଜାକ ତୁଲାଇଥିବାବେଳେ କର୍ତା ରୁଦ୍ରନାରାୟଣ ତ୍ରିପାଠୀ, ସଭାପତି ଶୁଭେନ୍ଦୁ ତ୍ରିପାଠୀ, ସଂପାଦକ ଗୟାଧର ବେହେରା, କୋଷାଧକ୍ଷ ଚିତରଞ୍ଜନ ସାହୁ, ପୂର୍ଣଚନ୍ଦ୍ର ମହାପାତ୍ର, ସନ୍ତୋଷ ରାଉତ, ପୁଲକ ମିଶ୍ର, ବିରଜା ମିଶ୍ର, ଅରୁଣ ବିଶ୍ଵାଳଙ୍କ ସମେତ ହନୁମାନ ବାଟିକାର ସମସ୍ତ କର୍ମକର୍ତା ଏଥିରେ ସହଯୋଗ କରିଥିଲେ ।

Related Articles

Back to top button