State

ତିର୍ତ୍ତୋଲ ପ୍ରେସ କ୍ଳବ ର ସାଙ୍ଗଠନିକ ବୈଠକରେ କର୍ମକର୍ତ୍ତା ନିର୍ବାଚନ।    

ତିର୍ତ୍ତୋଲ :–ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ଅଞ୍ଚଳର ନିର୍ଭିକ ଓ ନିରପେକ୍ଷ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ତିର୍ତ୍ତୋଲ ପ୍ରେସ କ୍ଲବ ଏକ ସୁଦୃଢ ସଙ୍ଗଠନ !ଦ୍ୱୀବାର୍ଷିକ ସାଙ୍ଗଠନିକ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଅବସରରେ ତିର୍ତ୍ତୋଲସ୍ଥିତ ଆନନ୍ଦ ମଣ୍ଡପ ସଭାଗୃହ ରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ପ୍ରେସ କ୍ଲବ ର କାର୍ଯ୍ୟକର୍ତ୍ତା ନିର୍ବାଚନ କୁ ଗୁରୁତ୍ୱ ଦିଆଯାଇଥିଲା !ତେଣୁ ପ୍ରେସ କ୍ଳବ୍ ର ପ୍ରତିଷ୍ଠାତା ସଭାପତି ରମାକାନ୍ତ ରାଉଳ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ବରିଷ୍ଠ ଆଇନଜୀବି ଦେବସ୍ନାନ ଦାସ ଙ୍କୁ ମୂଖ୍ୟଉପଦେଷ୍ଟା ଓ ଆଇନ ପରାମର୍ଶଦାତା ଭବେ ମନୋନୀତ କରା ଯାଇଥିବା ବେଳେ, ରମାକାନ୍ତ ରାଉଳ ଙ୍କୁ ମାର୍ଗଦର୍ଶକ ଭବେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ନୂତନ କାର୍ଯ୍ୟକର୍ତ୍ତା ଭାବେ ଶରତ କୁମାର ଦାଶ ଙ୍କୁ ସଭାପତି , ଶ୍ରୀକାନ୍ତ ଦାଶ ଙ୍କୁ କାର୍ଯ୍ୟକାରୀ ସଭାପତି , ରଞ୍ଜନ କୁମାର ମଲ୍ଲିକ ଙ୍କୁ ଉପସଭାପତି ଗୌରାଙ୍ଗ ଚରଣ ସ୍ଵାଇଁ ଙ୍କୁ ସାଧାରଣ ସମ୍ପାଦକ,, ସହସମ୍ପାଦକ ଭାବେ ଭାଗବତ ପ୍ରସାଦ ଓ କୈଳାସ ବେହେରାଙ୍କୁ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ କରାଯାଇଥିଲା।ନବନିର୍ବାଚିତ ସାମ୍ବାଦିକ ମାନଙ୍କୁ କରତାଳି ମାଧ୍ୟମରେ ସମର୍ଥନ କରାଯାଇଥିଲା ! ସାମ୍ୱାଦିକ ଭୈରବ ବ୍ରହ୍ମ , ସାମ୍ୱାଦିକ ଦୀପ୍ତିମୟୀ ବିଶ୍ୱରଂଜନ ସେଠୀ,ସମାଜସେବୀକା ସ୍ନେହମୟୀ ଆଚାର୍ଯ୍ୟ , ସାମ୍ୱାଦିକ ରମାକାନ୍ତ ଦାଶ , ସାମ୍ୱାଦିକ ମନୋଜ ଦାସ , ସାମ୍ୱାଦିକ ପ୍ରଦୀପ୍ତ କୁମାର ସ୍ଵାଇଁ , ସାମ୍ୱାଦିକ ବସନ୍ତ କୁମାର ସାହୁ , ସାମ୍ୱାଦିକ ପ୍ରଦୀପ କୁମାର ଦାସ ଓ ସାମ୍ୱାଦିକ ପଦ୍ମଲୋଚନ ଦାସ ଙ୍କୁ ବରଣ୍ୟ ଉପଦେଷ୍ଠା ମଣ୍ଡଳୀ ଭାବେ ଗ୍ରହଣ କରାଯିବା ପରେ, ସମସ୍ତଙ୍କୁ ମା ଶାରଳା ଙ୍କ ଉତ୍ତରୀୟ ଓ ମାଲ୍ୟାର୍ପଣ କରାଯାଇ

 ,ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ଦାସ, ଶେଖ ସନାୱର ଅଲ୍ଲୀ,ନଳିନୀକାନ୍ତ ମଲ୍ଲିକ,ସମୀର ମହାନ୍ତି, ରାକେଶ ଦାସ, ସୁଶୀଲ ମହାପାତ୍ର ପ୍ରମୁଖ ସକ୍ରିୟ ସଦସ୍ୟ ଭାବରେ ମନୋନୟନ କରାଯାଇଥିଲେ !ପ୍ରତ୍ୟେକ ସାମ୍ବାଦିକ ନିର୍ଭିକ,ନିରପେକ୍ଷ ଓ ସତ୍ୟ ଉପରେ ଆଧାରିତ ସମ୍ବାଦ ପରିବେଷଣ କରିବା ସହିତ ,ଦୁଃଖ ଦୁର୍ଦ୍ଦଶା ଓ ସମସ୍ୟାରେ ପଡି ରହି, ଯନ୍ତ୍ରଣା ଜର୍ଜରିତ ହେଉଥିବା, ଅସହାୟ ଲୋକମାନଙ୍କ ସେବାରେ ନିଜ ନିଜକୁ ନିୟୋଜିତ କରିବା ପାଇଁ, ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଆସନ୍ତା ସାଧାରଣ ନିର୍ବାଚନ ପରେ, ତିର୍ତ୍ତୋଲ ପ୍ରେସ କ୍ଳବ୍ର ର ୨୫ ବର୍ଷ ପୂର୍ଣ୍ଣ ହେବାକୁ ଯାଉଥିବାବେଳେ, ଏଥିପାଇଁ, ଏହି ଆନନ୍ଦ ମଣ୍ଡପ ରେ ରୌପ୍ୟ ଜୟନ୍ତି , ପାଳନ ଉପଲକ୍ଷେ ଏକ ସ୍ମରଣିକା ମଧ୍ୟ ଉନ୍ମୋଚନ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା !ସମ୍ବାଦ, ସମ୍ବାଦପତ୍ର ଓ ସାମ୍ବାଦିକତା ସମ୍ପର୍କରେ, ଆଗ୍ରହୀ ଲେଖକ ଲେଖିକା ମାନେ ଆସନ୍ତା ଜୁନ ମାସ ଶେଷସୁଦ୍ଧା, ନିଜନିଜର ଲେଖାକୁ ସମ୍ପାଦକ ଗୌରାଙ୍ଗ ସ୍ୱାଇଁ ଙ୍କ ନିକଟରେ, ଡାକଯୋଗେ ବା ଇମେଲ ଠିକଣା ରେ ପଠାଇବାକୁ ମଧ୍ୟ ତିର୍ତ୍ତୋଲ ପ୍ରେସ କ୍ଳବ୍ ର ନବନିର୍ବାଚିତ ସଭାପତି ସୂଚନା ପ୍ରଦାନ କରିଅଛନ୍ତି।

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button