ଜଳଉକା ଶନି ଙ୍କ ପୀଠ ରେ ଜଳାଭିଷେକ


ଛତିଆ ରେ ଶନି ଙ୍କ ପୀଠ ରେ ଜଳାଭିଷେକ, ଛତିଆ ଉପର ବଜାର ସାରୁ କିଆରୀ ସ୍ଥିତ ଶ୍ରୀ ଶ୍ରୀ ଶନି ଶ୍ଚର ମହାଗ୍ରହ ଙ୍କ ପୀଠ ରେ ଆଜି ସହ ସହ ଭକ୍ତ ଜଳାଭିଷେକ କରିଥିଲେ, ସ୍ଥାନୀୟ ପୋଲିସ ଓ କମିଟି ର କର୍ମ କର୍ତ୍ତା ମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ, ସକାଳୁ ଆରମ୍ଭ ହୋଇଥିଲା ପ୍ରସାଦ ବିତରଣ କାର୍ଯ୍ୟ କ୍ରମ, ଛତିଆ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଭକ୍ତ ମାନଙ୍କୁ ଦହି ସରବତ ଯୋଗାଇ ଦିଆଯାଇଥିଲା ମାଗୁରା ପଂଚାୟତ ଆଡମ୍ବୁର ସ୍ଥିତ ଜଳଉକା ଶନି ଙ୍କ ପୀଠରେ ଆଜି ହଜାର ହଜାର ଭକ୍ତ ଜଳାଭିଷେକ କରିଥିଲେ, ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଯୋଗାଇ ଦିଆଯାଇଥିଲା, ପୂଜକ ଶ୍ୟାମ ସୁନ୍ଦର ଶତପଥି ସରୋଜ ଶତପଥି କିଶୋର ପଣ୍ଡା ଓ ନରେନ୍ଦ୍ର ପାଢ଼ୀ ତଥା ତାଙ୍କ ସାଥି ପୂଜକ ମାନେ ଯଥା ରୀତି ଓ ନୀତି ଅନୁସାରେ ପୂଜାର୍ଚନା କରିଥିଲେ, ବିଧାୟକ ପ୍ରଶାନ୍ତ ବେହେରା ଡକ୍ଟର ପ୍ରମୋଦ ରଥ ଅରିନ୍ଦମ ରାୟ ନିରଞ୍ଜନ ପଟନାୟକ SDPO ସ୍ମୃତି ରଞ୍ଜନ କର ନିରାକାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ, ସ୍ଥାନୀୟ ସରପଞ୍ଚ ରଶ୍ମି ରଞ୍ଜନ ରାଉତ ସମିତି ସଭ୍ୟା ଭାରତୀ ହାତୀ ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ କମିଟି ସଦସ୍ୟ ନକୁଳ ରାଉତ ମନୋରଞ୍ଜନ ଦାସ ଅଜୟ ବ୍ରହ୍ମା ଦୟାନିଧି ସାହୁ ଜ୍ୟୋତି ରଞ୍ଜନ ସାହୁ ଦୀନବନ୍ଧୁ ବେହେରା ଭୁବନାନନ୍ଦ ରାଉତ ତଥା ଅନ୍ୟ ସମସ୍ତ ସଦସ୍ୟ ବୃନ୍ଦ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




