Religion
ଶିବ ପୁରାଣ ପାରାୟଣ ଓ ଶିବ ମହା ଯଂଜ୍ଞ ଅନୁଷ୍ଠିତ

ମାଗୁରା ଗ୍ରାମ ପଂଚାୟତ ଜଳଉକା ଶାଖା ଭୀମ ନଙ୍ଗଳ ସିହାର ଠାରେ ସାତ ଦିନ ବ୍ୟାପି ଶିବ ପୁରାଣ ପାରାୟଣ ଓ ଶିବ ମହା ଯଂଜ୍ଞ ଅନୁଷ୍ଠିତ ହେଉଅଛି,ପଣ୍ଡିତ ପ୍ରସନ କିଶୋର ଶରଣ ଓ ଖଗେଶ୍ୱର ମିଶ୍ର ବ୍ୟାସ ଆସନ ରେ ଅଳଙ୍କୃତ ହୋଇଛନ୍ତି,, ରଞ୍ଜନ ସ୍ୱାଇଁ ଓ ତାଙ୍କ ଧର୍ମ ପତ୍ନୀ କର୍ତ୍ତା କର୍ତ୍ତୀ ଭାବେ ଯଂଜ୍ଞ ମଣ୍ଡପ ରେ ବସି ଆହୁତି ପ୍ରଦାନ କରୁଛନ୍ତି, ପୀଠ ର କର୍ମ କର୍ତ୍ତା ଭାବରେ ଧର୍ମାନନ୍ଦ ଦଳେଇ ଅଭିମନୁ ବାରିକ ଆଲୋକ ସାହୁ ସରୋଜ ସ୍ୱାଇଁ ବିଶ୍ୱନାଥ ସାହୁ ମନୋଜ ରଣା ମହେଶ୍ୱର ଲେଙ୍କା ପରମାନନ୍ଦ ରାଉତ ଓ ଶ୍ୟାମ ସୁନ୍ଦର ସାହୁ ପ୍ରମୁଖ କାର୍ଯ୍ୟ କ୍ରମ କୁ ପରିଚାଳନା କରୁଥିବା ବେଳେ ସ୍ଥାନୀୟ ଅଂଚଳ ବାସି ଏଥିରେ ସହ ଯୋଗ କରୁଛନ୍ତି, ପ୍ରତିଦିନ ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଅଛି, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ