State

ହେଲ୍ପ ଓଡିଶା ଟ୍ରଷ୍ଟର ପ୍ରତିଷ୍ଠା ଦିବସ ପାଳିତ.

ଭୁବନେଶ୍ୱର, ଆଜି ଏକ ସାମାଜିକ ନିସ୍ଵାର୍ଥପର ସେବା ଅନୁଷ୍ଠାନ ହେଲ୍ପ ଓଡିଶା ଟ୍ରଷ୍ଟର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି. ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଏହି ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନର ଉତ୍ସବ ଚନ୍ଦ୍ରଶେଖରପୁର ସ୍ଥିତ ଗାୟତ୍ରୀ ଶକ୍ତି ପୀଠରେ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ଚିତ୍ରଲେଖା ଆଚାର୍ଯ୍ୟଙ୍କ ପୌରାହିତ୍ୟରେ ମହା ଆଡମ୍ବରରେ ପାଳନ କରାଯାଇଛି. ଏହି ଅବସରରେ ଆଜିର ମୁଖ୍ୟ ଆଲୋଚନାର ବିଷୟ ଥିଲା ସମାଜରେ ସାମାଜିକ ଅନୁଷ୍ଠାନର ଭୂମିକା ଓ ଏହି ଆଲୋଚନାରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଭାଗ ନେଇଥିଲେ. ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ, କବିତା ପାଠ, ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ କରାଯାଇଥିଲା. ଏହି ଅବସରରେ ହେଲ୍ପ ଓଡିଶା ଟ୍ରଷ୍ଟ ଏକ ସେବା ଅନୁଷ୍ଠାନ, ବୟୋଜ୍ୟେଷ୍ଠ ଲୋକ, ଅସହାୟ ଲୋକମାନଙ୍କୁ ଏପରିକି ଯେ କୌଣସି ଲୋକ ଯେଉଁ ଅସୁବିଧାରେ ପଡିଲେ ଆମେ ବିନା ସ୍ୱାର୍ଥରେ ସାହାଯ୍ୟ ସହଯୋଗ କରୁ ବୋଲି କହିଛନ୍ତି ଟ୍ରଷ୍ଟର ସହ ସମ୍ପାଦିକା ସସ୍ମିତା ପଟ୍ଟନାୟକ. ନିସ୍ଵାର୍ଥପର ସେବା, ବୁଦ୍ଧାଶ୍ରମ, ଅନାଥାଶ୍ରମ, ଓ କ୍ୟାନ୍ସର ରୋଗୀ ମାନଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ ଲେରିଆସୁଛୁ ବୋଲି କହିଛନ୍ତି ହେଲ୍ପ ଓଡିଶା ଟ୍ରଷ୍ଟର ସମ୍ପାଦିକା ଚିତ୍ରଲେଖା ଆଚାର୍ଯ୍ୟ.

ରିପୋର୍ଟ ଦେବ ପ୍ରସାଦ ମହାନ୍ତି.

Related Articles

Back to top button