Education

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ବିଶ୍ଵ ରେଡ଼କ୍ରସ ଦିବସ ପାଳିତ

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ବିଶ୍ଵ ରେଡ଼କ୍ରସ ଦିବସ ପାଳିତ – ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଯୁବ ରେଡ୍ କ୍ରସ୍ ତରଫରୁ ବିଶ୍ଵ ରେଡ୍ କ୍ରସ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l ପ୍ରଥମେ ରେଡ୍ କ୍ରସ ର ଜନକ ସlର ହେନେରୀ ଦୁନାଣ୍ଟ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରାଯାଇଥିଲା l ଛାତ୍ରୀ ମାନେ ରେଡକ୍ରସ ସଙ୍ଗୀତ ଗାନ କରିଥିଲେ l ବରିଷ୍ଠ ପ୍ରାଧ୍ୟାପକ ସୁଜାତା ସାହୁ ଙ୍କ ନେତୃତ୍ବରେ ଅନୁଷ୍ଟିତ ସଭାରେ ମହାବିଦ୍ୟାଳୟର ଯୁବ ରେଡ୍ କ୍ରସ୍ ଅଧିକାରୀ ତଥା ଜିଲ୍ଲା ସମ୍ପାଦକ ସମସ୍ତଙ୍କୁ ସ୍ଵାଗତ କରି ରେଡ଼କ୍ରସ ଦିବସର ମହତ୍ତ୍ୱ ବିଷୟରେ ବର୍ଣନା କରିବା ସହ ପ୍ରତିକୂଳ ପରିସ୍ଥିତିରେ ମହାବିଦ୍ୟାଳୟର ସ୍ୱେଚ୍ଛାସେବୀ ମାନଙ୍କ ସେବା କାର୍ଯ୍ୟ ଉପରେ ଆଲୋଚନା କରିଥିଲେ l ମୁଖ୍ୟ ଅତିଥି ଭାବେ ଜାତୀୟ ଯୁବ ପ୍ରକଳ୍ପ ର ରାଜ୍ୟ ଆବାହକ ବିଶିଷ୍ଠ ସମାଜ ସେବୀ ମଧୁସୂଦନ ଦାସ ଯୋଗଦାନ କରି ସ୍ୱେଚ୍ଛାସେବୀ ମାନଙ୍କର କର୍ତ୍ତବ୍ୟ ବିଷୟରେ ଆଲୋଚନା କରି ସଙ୍ଗୀତ ମାଧ୍ୟମ ରେ ଯୁବ ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ କରୋନା ସମୟରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ର ସେବା କାର୍ଯ୍ୟ କୁ ସ୍ମରଣ କରି ପ୍ରସଂଶା କରିଥିଲେ l ସମ୍ମାନିତ ଅତିଥି ଭାବରେ ମହାବିଦ୍ୟାଳୟର ଇହିହାସ ଅଧ୍ୟାପକ ତଥା ଏନ୍ ସି ସି ଅଧିକାରୀ ସଦାନନ୍ଦ ମାହାର ଯୋଗଦେଇ ବୌଦ୍ଧ ଇହିହାସ ଉପରେ ଆଲୋଚନା କରିବା ସହ ରେଡକ୍ରସ ର ଇହିହାସ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଯୁବ ରେଡ୍ କ୍ରସ୍ ର ସ୍ୱେଚ୍ଛାସେବୀ ଭବରେ ପ୍ରଶଂସନୀୟ ସେବା ପ୍ରଦାନ କରି ଥିବା ସ୍ୱେଚ୍ଛାସେବୀ, ରକ୍ତଦାତା ରାଜାରାମ ପାତ୍ର, ପାର୍ଥ ସାରଥି ମିଶ୍ର, ପ୍ରୀତି ସ୍ଵରୁପl ଭୋକ୍ତା,ପ୍ରତ୍ୟୁଷ ଦାନୀ, ପପୁଲାର ବଳିୟାର, ଭୁବନେ ବିଭାର ଏବଂ ପୂର୍ବତନ ସ୍ୱେଚ୍ଛାସେବୀ ପ୍ରମୋଦ ସାହୁ, ସୁଦାମ ନାୟକ ଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା l ଶେଷରେ ସମସ୍ତେ ରେଡ୍ କ୍ରସ ସେବା ପାଇଁ ଶପଥ ନେଇଥିଲେ l ତାପରେ ଯୁବ ରେଡ୍ କ୍ରସ୍ ପକ୍ଷରୁ ସ୍ଥାନୀୟ କୁଷ୍ଠlଶ୍ରମରେ ସମସ୍ତ ଅଧିବାସୀ ମାନଙ୍କୁ ଶାଢ଼ି, ଗାମୁଛା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା l

Related Articles

Back to top button