ସିଲେଟପଡ଼ାର ୨୪ ପ୍ରହର ନାମଯଜ୍ଞ ଉଦଯାପିତ । ହରିନାମ ଶ୍ରବଣ କଲେ ହଜାର ହଜାର ଶ୍ରଦ୍ଧାଳୁ,

କଣ୍ଟାମାଳ, ୫/୫:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ନାରାୟଣପ୍ରସାଦ ପଞ୍ଚାୟତର ସିଲେଟପଡ଼ା ଗ୍ରାମରେ ୫ ଦିନ ଧରି ଚାଲିଥିବା ୨୪ ପ୍ରହର ନାମଯଜ୍ଞ ରବିବାର ଦିନ ଉଦଯାପିତ ହୋଇଯାଇଛି। ସିଲେଟପଡ଼ାସ୍ଥିତ ଶ୍ରୀ ରଘୁନାଥ ନାଟ୍ୟ ସଂସଦର ଉପାସକ ଓ ମାନସିକଧାରୀଙ୍କ ଦ୍ଵାରା ଶ୍ରୀରାମଲୀଳା ପୂଜା ଓ ନାଟ୍ୟୋତ୍ସବର ୧୪ ବର୍ଷ ପୂର୍ତ୍ତୀ ଅବସରରେ ହର୍ଷୋଲ୍ଲାସର ୨୪ଗ୍ରହର ନାମଯଜ୍ଞ ଗତ ୧ ତାରିଖରୁ କଳସ ଯାତ୍ରା ଓ ଅଧିବାସ ପରେ ୫ ତାରିଖରେ ସମାପନ ହୋଇଛି। ଉକ୍ତ ନାମ ଯଜ୍ଞରେ ଆଖପାଖ ଗ୍ରାମରୁ ପ୍ରତିଦିନ ହଜାର ହଜାର ହରି ପିପାସୁ ଶ୍ରଦ୍ଧାଳୁ ପ୍ରଭୁଙ୍କ ନାମ ଶ୍ରବଣ କରିଥିଲେ।ଯଜ୍ଞାଚାର୍ଯ୍ୟ ପଣ୍ଡିତ ରମେଶ ପାଣିଗ୍ରାହୀ, ଦେବେନ୍ଦ୍ର ପାଣିଗ୍ରାହୀ ଓ କ୍ଷୀରୋଦ୍ର ପାଣିଗ୍ରାହୀ ପୂଜା କାର୍ଯ୍ୟ କରିଥିବା ସ୍ଥଳେ କର୍ତ୍ତାକାର୍ଯ୍ୟ ଅନ୍ତର୍ଯ୍ୟାମୀ ଭୋଇ ଓ ପତ୍ନୀ ଲୋଚନୀ ଭୋଇ ତୁଳାଇଥିଲେ। ସେହିପରି ଅତିଥି ସମ୍ବର୍ଦ୍ଧନାରେ ଲଳିତ ଥନାପତି ଓ କେଶବ ସେନାପତି ଏବଂ ଅନ୍ନପ୍ରସାଦରେ ଭୁବନ ବଡ଼ମାଳି ଓ କାର୍ତ୍ତିକ ଚୂହାନ କାର୍ଯ୍ୟ ସମ୍ପାଦନା କରିଥିଲେ। ଉକ୍ତ ନାମଯଜ୍ଞରେ ଶ୍ରୀରାମନବମୀ ପୂଜା କମିଟୀ ସଭାପତି ରାମସାଇ ରଣା, ସଂପାଦକ ବିଘ୍ନରାଜ ରଣା, କୋଷାଧ୍ୟକ୍ଷ ରାଜିବ ରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ପୂଜା କମିଟୀ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।