ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଏକକ ସ୍ତରୀୟ ଆଭାସୀ ବିଜ୍ଞାନ ଗ୍ୟାଲେରୀ ଆଇଡିଆଥନ -୨୦୨୪ ଉଦଯାପିତ


ଢେଙ୍କାନାଳ : ତା.୦୩/୦୫/୨୦୨୪ରିଖ : ( ) ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ,ସଂସ୍କୃତି ମନ୍ତ୍ରଳାଳୟ,ଭାରତ ସରକାରଙ୍କ ତରଫରୁ ସ୍ଥାନୀୟ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ପରିସରର ସମ୍ମିଳନୀ କକ୍ଷରେ ବିଜ୍ଞାନ ଗ୍ୟାଲେରୀ( ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଂଜିନିଅରିଙ୍ଗ ଓ ଗଣିତ ) ସମ୍ପର୍କରେ ଏକକ ସ୍ତରୀୟ ଆଭାସୀ ଆଇଡିଆଥନ -୨୦୨୪ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉଦ୍ଘାଟନ ଉତ୍ସବରେ କାର୍ଯ୍ୟକ୍ରମ ଆବାହକ ,ଜିଲ୍ଲା ବିଜ୍ଞାନ ଅଧିକାରୀ ମଥୁରୀ ମୋହନ ରାଉତ ପୌରୋହିତ୍ୟ କରିଥିଲେ । ଓଡ଼ିଶାର ୧୨ ଟି ବିଦ୍ୟାଳୟର ତଥା ଢେଙ୍କାନାଳର ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ଦଶମ ଶ୍ରେଣୀ ଛାତ୍ରୀ ଚିନ୍ମୟୀ ବେହେରା,ନବମ ଶ୍ରେଣୀର ଛାତ୍ର ଶ୍ରୀମାନ୍ ସାଇ ସାଇପ୍ରସନ୍ନ ବେହେରାଙ୍କ ସମେତ ପି.ଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ,ପି.ଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ,ବ୍ରାହ୍ମଣୀ ପବ୍ଲିକ ସ୍କୁଲ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାମାକ୍ଷାନଗର ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଢେଙ୍କାନାଳ, ଅନୁଗୋଳରୁ ଡି.ଏ.ଭି ପବ୍ଲିକ ସ୍କୁଲ,ଡେରା ତାଳଚେର,ପି.ଏମ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ଚମ୍ପତିମୁଣ୍ଡା,ଯାଜପୁରରୁ ପି.ଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପାଣିକୋଇଲି , ଜଗତସିଂହପୁରର ପି.ଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ,ରାହାମା,ମୟୂରଭଞ୍ଜରୁ ପି.ଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ଶାଳବଣୀ,ବଲାଙ୍ଗୀରର ପି.ଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ବେଲପଡା ଓ କେନ୍ଦ୍ରାପଡ଼ାର ପି.ଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ,ବରୋ ଆଦିରୁ ମୋଟ ୨୧ ଜଣ ନବମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ମଧ୍ୟରେ ପଢୁଥିବା ଛାତ୍ରୀ ଛାତ୍ର ପ୍ରତିଯୋଗୀ ନିଜ ନିଜର ସୃଜନଶୀଳ ଅଭିନବ ବିଜ୍ଞାନ ଗ୍ୟାଲେରୀ ପ୍ରସ୍ତୁତି ପାଇଁ ପରିକଳ୍ପିତ ନୂତନ ପ୍ରକଳ୍ପ ସବୁର ପ୍ରସ୍ତାବ ଗୁଡିକୁ ଆଭାସୀ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲେ । ବିଚାରକ ବୃନ୍ଦ ପ୍ରତ୍ୟେକ ପ୍ରତିଯୋଗୀଙ୍କ ସହିତ ଦୁଇ ମିନିଟ ଲେଖାଏଁ ଭାବବିନିମୟ ସହିତ ମୌଖିକ ପ୍ରଶ୍ନ ପଚାରିଥିଲେ। ଏହି କାର୍ଯ୍ୟକ୍ରମରେ ଜାତୀୟ ବିଜ୍ଞାନ କ୍ୟାମ୍ପ,ଦିଘାର ପ୍ରକଳ୍ପ ସଂଯୋଜକ ସୁଶ୍ରୀ ହେମଲେଟ ଗୁଡିଆ,ଶ୍ରୀକୃଷ୍ଣ ବିଜ୍ଞାନ କେନ୍ଦ୍ର,ପାଟନା,ବିହାରର ପ୍ରକଳ୍ପ ସଂଯୋଜକ ଶ୍ରୀ କୃଷ୍ଣେନ୍ଦୁ ଚୌଧୁରୀ ଓ ବିର୍ଲା ଔଦୋଗିକ ଏବଂ ବିଜ୍ଞାନ ସଂଗ୍ରହାଳୟ,କଲିକତାର ସଂଗ୍ରାଧକ୍ଷ ଶ୍ରୀ ଶ୍ରୀନୁ ଆପିକୋଣ୍ଡା ମହୋଦୟ ଯୋଗଦାନ କରି ଏକକ ସ୍ତରୀୟ ଆଭାସୀ ଆଇଡିଆଥନ -୨୦୨୪ ର ପ୍ରତିଯୋଗୀମାନଙ୍କର ନିରପେକ୍ଷ ଉଚିତ୍ ମୂଲ୍ୟାୟନ କରିଥିଲେ । ଏହି ପ୍ରତିଯୋଗିତାରେ ଡି.ଏ.ଭି ପବ୍ଲିକ ସ୍କୁଲ,ଡେରା, ତାଳଚେରର ନବମ ଶ୍ରେଣୀର ଛାତ୍ରୀ ସ୍ମରଣିକା ପାଲ, “ଯାତ୍ରୀମାନଙ୍କର ନିରାପଦ ଯାତ୍ରା ପାଇଁ ଯାତାୟତ ଓ ଗମନାଗମନ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ”, ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ଢେଙ୍କାନାଳର ନବମ ଶ୍ରେଣୀ ଛାତ୍ରୀ ସମ୍ଭାବୀ ଲେଙ୍କାଙ୍କ “କୃତିମ ବୁଦ୍ଧିମତା ଓ ନୂତନ ଯୁଗର ବିଜ୍ଞାନ” ଓ ଡି.ଏ.ଭି ପବ୍ଲିକ ସ୍କୁଲ,ଡେରା,ତାଳଚେରର ନବମ ଶ୍ରେଣୀ ଛାତ୍ରୀ ପି. ଶୁଭଶ୍ରୀ “ମଞ୍ଜିର ପରିବର୍ତ୍ତନ ମାଧ୍ୟମରେ ଚାଷକ୍ଷେତ୍ରରେ ପରିପୂରଣୀୟ ବିକାଶ” ଆଦି ପ୍ରସ୍ତାବିତ ପ୍ରକଳ୍ପ ଉପସ୍ଥାପନ ପାଇଁ ଯଥାକ୍ରମେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ହଜାର ,ପାଞ୍ଚଶହ ଓ ତିନିଶହ ଟଙ୍କାର ଅର୍ଥରାଶି ସହିତ ପ୍ରଶଂସା ପତ୍ର ଲାଭ କରିଥିଲେ । ଏହି ପ୍ରତିଯୋଗିତାରେ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଦୁଇ ପ୍ରତିଯୋଗୀ ପୂର୍ବ ଭାରତୀୟ ଜୋନାଲ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ତଥା ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ମାର୍ଗଦର୍ଶକ ଡା.ଦେବୀପ୍ରସାଦ ମିଶ୍ର,ମାର୍ଗଦର୍ଶକ ବିଜ୍ଞାନ ଶିକ୍ଷୟିତ୍ରୀ କିରଣମୟୀ ମହାଳିକ, ମାର୍ଗଦର୍ଶକ ବିଜ୍ଞାନ ଶିକ୍ଷକ କିରଣ କଣ୍ଟା,ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଶିକ୍ଷା ସହାୟକ ଶଙ୍କର ଗୁରୁଙ୍ଗ,ଶିକ୍ଷା ପ୍ରଶିକ୍ଷାର୍ଥୀ ପ୍ରଦ୍ୟୁମ୍ନ କୁମାର ସାହୁ ଓ ରୂପାଲୀ ପରମାଣିକ ପ୍ରମୁଖ ସମସ୍ତ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଆବାହକ ଜିଲ୍ଲା ବିଜ୍ଞାନ ଅଧିକାରୀ ମଥୁରୀ ମୋହନ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା ।




