ରାବଣ ବଧ ଓ ରାମାଭିଷେକ ନାଟକ ମଞ୍ଚସ୍ଥ ପରେ ଉଦଯାପିତ ହେଲା ଘଣ୍ଟାପଡ଼ା ରାମଲୀଳା । ପୁଣି ରାମମୟ ହେବ ଆସନ୍ତା ବର୍ଷ ଚୈତ୍ରକୁ

କଣ୍ଟାମାଳ, ୧/୫:( ପ୍ରଭାତ କୁମାର ସାହୁ) ରାବଣ ବଧ ଓ ରାମାଭିଷେକ ନାଟକ ମଞ୍ଚସ୍ଥ ପରେ ଉଦଯାପିତ ହେଲା ଘଣ୍ଟାପଡ଼ାର ରାମଲୀଳା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ା ଗ୍ରାମରେ କେଉଁ ଆବାହନ କାଳରୁ ରାମନବମୀ ପୂଜା ଓ ନାଟକ ପାଳନ କରିଆସୁଛନ୍ତି। ଚୈତ୍ରମାସ ଶୁକ୍ଳପକ୍ଷ ନବମୀ ତିଥିରୁ ଶ୍ରୀରାମ ଜନ୍ମୋତ୍ସବ ପାଳନ ଅବସରରେ ନାଟକ ରାମଜନ୍ମ, ଶିବଧନୁ ଭଗ୍ନ, ସୀତା ବିବାହ, ପର୍ଶୁରାମ ଦର୍ପଦଳନ,ରାମ ବନବାସ, ଭରତ ମିଳନ,ସୀତାଙ୍କ ବାଲିପିଣ୍ଡ, ସୁର୍ପଣଖା ନାଶା କର୍ଣ୍ଣ ଛେଦନ,ତ୍ରୀଷିରା ବଧ, ସୀତା ଚୋରୀ,ବାଳି ବଧ, ସୀତା ଠାବ, ଲଙ୍କାପୋଡି,ସେତୁବନ୍ଧ ପ୍ରତିଷ୍ଠା, ବିଭିଷଣ ଶରଣ, କୁମ୍ଭକର୍ଣ୍ଣ ବଧ. ଇନ୍ଦ୍ରଜିତ ବଧ, ଲକ୍ଷ୍ମଣ ଶକ୍ତିଭେଦ, ମହିରାବଣ ବଧ,ତରଣୀ ସେନ ବଧ, ରାବଣ ବଧ, ସୀତାଙ୍କ ଅଗ୍ନି ପରୀକ୍ଷା, ରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଓ ରାମଙ୍କ ରାଜ୍ୟାଭିଷେକ ମଞ୍ଚସ୍ଥ ପରେ ପରିସମାପ୍ତି ଘଟେ ଉକ୍ତ ଉତ୍ସବ। ଉକ୍ତ ପୂଜାନୋତ୍ସବକୁ ଘଣ୍ଟାପଡ଼ାର ଦୁଇ ସାହିର ଶ୍ରୀଜଗନାଥ ନାଟ୍ୟସଂସଦ ଓ ଶ୍ରୀ ରଘୁନାଥ ନାଟ୍ୟସଂସଦ ଦ୍ଵାରା ୧୪ ଦିନ ପର୍ଯ୍ୟନ୍ତ ପୂଜା ଓ ନାଟକ ପାଳନ କରିଥାନ୍ତି। ଉକ୍ତ ନାଟକ ଦେଖିବା ପାଇଁ ପ୍ରତିଦିନ ସଂଧ୍ୟାରେ ହଜାର ହଜାର ଦର୍ଶକ ମନଭରି ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଉପଭୋଗ କରିଥାନ୍ତି । ଚଳିତବର୍ଷ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ତଥା ରାତ୍ରରେ ଗୁଳୁଗୁଳି ସତ୍ତ୍ୱେ ପ୍ରବଳ ଜନସମାଗମ ହୋଇଥିଲା।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ