ବରିଷ୍ଠ କିରାନି ଜଗନ୍ନାଥ ସାମଲ ଙ୍କୁ ମହା ବିଦ୍ୟାଳୟ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା


ଆଜି ଛତିଆ ସ୍ଥିତ ମହା ପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ର ବରିଷ୍ଠ କିରାନି ଜଗନ୍ନାଥ ସାମଲ ଙ୍କୁ ମହା ବିଦ୍ୟାଳୟ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି, ଉକ୍ତ ସମ୍ବର୍ଦ୍ଧନା ସଭା ରେ ମହାବିଦ୍ୟାଳୟ ର ଅଧକ୍ଷ ପ୍ରଫେସର ବଳରାମ ସାହୁ ଅଧକ୍ଷତା କରିଥିଲେ, ବରିଷ୍ଠ ଅଧ୍ୟାପକ ପ୍ରଶାସନିକ ମୁଖ୍ୟ ମନୋଜ ମିଶ୍ର ସ୍ୱାଗତ ଭାଷଣ ସହିତଅତିଥି ପରିଚୟ ପ୍ରଦାନ କରିଥିଲେ, ଡ଼କ୍ଟର ଚନ୍ଦ୍ରକଳା ନାୟକ ମାନ ପତ୍ର ପାଠ କରିଥିଲେ,ବିଦାୟୀ ସାମଲ ଙ୍କୁ କଲେଜ ପକ୍ଷରୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ମାନ ପତ୍ର ଓ ବହୁ ମୂଲ୍ୟ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ବରିଷ୍ଠ ଅଧ୍ୟାପିକା ପୁଷ୍ପ ଲତା ସାମଲ ମିନତୀ ମିଶ୍ର ଚକ୍ରଧର ନାୟକ କବିତା ସାହୁ ସୁମିତ୍ରା ନନ୍ଦ ଭରତ ଭୂଷଣ ସାହୁ ସ୍ଵର୍ଣଲତା ମିଶ୍ର ବିଜୟ ରାଉତ ତୁଷାର କାନ୍ତି ପ୍ରଦୀପ୍ତ ବରାଳ ପ୍ରମୁଖ ବିଦାୟୀ କିରାନି ଶ୍ରୀଯୁକ୍ତ ସାମଲ ଙ୍କ ବହୁ ଗୁଣ ପ୍ରତିଭା ସମ୍ପର୍କ ରେ ଆଲୋକପାତ କରିଥିଲେ,ଅଣ ଶିକ୍ଷକ ସୁକାନ୍ତ ନାୟକ ରବୀନ୍ଦ୍ର ସାହାଣୀ ସରୋଜ ସିଂହ ଶରତ ପାଣିଗ୍ରାହୀତଥା ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମ ଚାରି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ, ଭୋଳାନାଥ ନାୟକ ଧନ୍ୟବାଦ ଦେଇଥିଲେ,,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




