State

ସ୍ଵର୍ଗତା ସୁମିତା ନାୟକ (ରୁବି) ତୃତୀୟ ଶ୍ରାଦ୍ଧ ବାର୍ଷିକ ଶ୍ରଦ୍ଧାଞ୍ଜଳି ଉପଲକ୍ଷେ ଜଳଛତ୍ର ଓ ଦହି ସର୍ବତ ବଣ୍ଟନ


ଆଜି ତା. ୨୮.୦୪.୨୦୨୪ , ରବିବାର ଦିନ ବାଲାଜୀ ମନ୍ଦିର ପାଖ ସ୍ଥିତ ! ସ୍ଵେଛା ସେବି ଶର୍ମିଷ୍ଠା ନାୟକ ଙ୍କ ନେତୃତ୍ୱରେ ଜଳ ଛତ୍ର ବଣ୍ଟନ କାର୍ଯ୍ୟକ୍ରମ ! ବର୍ତ୍ତମାନ ଖରାର ପ୍ରକୋପ ବଢିଥିବା ବେଳେ ଗରମରେ ଅତିଷ୍ଠ ବାଟୋଇମାନଙ୍କୁ ସକାଳ ୯.୩୦ ଘଣ୍ଟା ଠାରୁ ୧.୩୦ ଘଣ୍ଟା ପର୍ଯ୍ୟନ୍ତ ଦହିପାଣି ଓ ସରବତ ବଣ୍ଟନ କରାଯାଇଥିଲା l ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଜଳ ଛତ୍ର କାର୍ଯ୍ୟକ୍ରମ ହୋଇଥିଲା ପୂର୍ବରୁ ଅନେକ ଜନହିତକର କାର୍ଯ୍ୟକ୍ରମ କରି ଜନମାନସରେ ଆଦୃତ ହୋଇପାରିଛି ! ଗତ ୨୭.୦୪.୨୦୨୪ ରିଖ ଦିନରେ ବାଳଗୋପାଳ ଆଶ୍ରମ ସ୍କୁଲ ରେ ପିଲା ମାନଙ୍କ ପାଇଁ କିଛି ବହି ଓ ଖାଦ୍ୟ, ମିଷ୍ଟାନ ଭୋଜନ ର ଆୟୋଜନ ମଧ୍ୟ କରିଥିଲେ ! ଏଥିରେ ଶର୍ମିଷ୍ଠା ନାୟକ ଓ ତାଙ୍କ ପରିବାର ସମସ୍ତ ସଦସ୍ୟ ସହଯୋଗ ର ହାଥ ବଢ଼େଇଥିଲେ ! ଆଗରୁ ରକ୍ତଦାନ, ନିଶୁକ୍ଳ ଶିକ୍ଷାଦାନ, ଗରିବ ଲୋକଙ୍କୁ ସହଯୋଗ କରିବା ଦିଗରେ କାର୍ଯ୍ୟକରି ଆସୁ ଅଛନ୍ତି l ଏହି ସମାଜ ସେବା କାର୍ଯ୍ୟ ରେ ଗୋପୀନାଥ ନାୟକ, କଳ୍ପନା ନାୟକ, ଶର୍ମିଷ୍ଠା ନାୟକ, ଅତନୁ ନାୟକ,ସୁମନ୍ତ ନାୟକ, ସୁଜତା ନାୟକ, ଜୟନ୍ତ ନାୟକ, ଅତ୍ରିଷ୍ଠା ନାୟକ, ଅନୁଭବ ନାୟକ, ସତ୍ୟମ ନାୟକ, ପ୍ରଦୀପ ପଟ୍ଟନାୟକ, ମମତା ପଟ୍ଟନାୟକ, ମେନକା ରାଣୀ ବିଶ୍ୱାଳ, ସଂଯୁକ୍ତା ସାମଲ ଓ ତାଙ୍କ ପରିବାର ସମସ୍ତ ସଦସ୍ୟ ! ଏହି କାର୍ଯ୍ୟକ୍ରମ କୁ ପୌରାଧକ୍ଷା ସଂଯୁକ୍ତା ବେହେରା ଫିତା କାଟି ଉଦ୍ଘାଟନ କରିଥିଲେ ଓ ପୂର୍ବତନ ଏକ୍ସ ଏମ.ଏଲ.ଏ ଅନାମ ନାଏକ, ସତୀଶ ବେହେରା, ପିତବାସ ବେହେରା, ପ୍ରଶାନ୍ତ ସାହୁ, ଧ୍ୟାନନନ୍ଦ ପଣ୍ଡା, ପ୍ରଦୀପ ଡି. ମାଝୀ, ଧବ୍ଲେଶ୍ୱର ମାଝୀ, ସୁରେଶ ମାଝୀ, ଓ ବିଭିନ୍ନ ସଂଘଟଣ ସଦସ୍ୟ ବିଷ୍ଣୁ ଚରଣ ସ୍ୱାଇଁ, ଟି.ସୁଜାତା ଆଚାର୍ଯ୍ୟ, ଜୟନ୍ତୀ, ଦେବକାନ୍ତି ମହାନ୍ତି, ସୁନ୍ଦରୀ ମହାଖୁଡ, କବିତା ମହାଖୁଡ, ଲିପ୍ସା ଜୟସିଂ, କୈଳାଶ ସୁବୁଦ୍ଧି, ଭାନୁ ସାମଲ, ରଶ୍ମି, ଲଷ୍ମୀ ପ୍ରିୟା, ନମିତା, ରଂଜିତା, ବର୍ଷା, ଉପାସନା, ଲିପି, କାଞ୍ଚନ, ଏହି ସବୁ ସଦସ୍ୟ ମାନେ ସହଯୋଗ ର ହାତ ବଢ଼େଇଥିଲେ ଓ ଜିଲ୍ଲାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ନିଜର ଯୋଗଦାନ ମଧ୍ୟ ଦେଇଥିଲେ ! ଶେଷରେ ଯୁବକ ମାନେ ମଧ୍ୟ ସହଯୋଗ କରିଥିଲେ l ଯୁବଶକ୍ତି ର ଏହି କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲରେ ବହୁତ ପ୍ରଶଂସା କରାଯାଇଅଛି। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button