ଶ୍ରୀ ଶ୍ରୀ ରାମେଶ୍ବର ମହାଦେବ ଙ୍କ ଭବ୍ୟ ମନ୍ଦିର, ଶ୍ରୀ ବିଗ୍ରହ ଓ ପାର୍ଶ୍ଵ ଦେବତା ବିଗ୍ରହ ମାନଙ୍କ ତ୍ରିଦିନ।ତ୍ମକ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ।



ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ନୁଆବଗ୍ ପଞ୍ଚାୟତ ସ୍ଥିତ ଭଗବାନପୁର ଗ୍ରାମରେ ଶ୍ରୀ ଶ୍ରୀ ରାମେଶ୍ବର ମହାଦେବ ଙ୍କ ଭବ୍ୟ ମନ୍ଦିର, ଶ୍ରୀ ବିଗ୍ରହ ଓ ପାର୍ଶ୍ଵ ଦେବତା ବିଗ୍ରହ ମାନଙ୍କ ତ୍ରିଦିନ।ତ୍ମକ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ସୋମବାର ଦିନ କଳସ ଯାତ୍ରା ହୋଇଥିବାବେଳେ ମଙ୍ଗଳବାର ଦିନ ମନ୍ଦିର ମହାସ୍ନାନ, ବିଗ୍ରହ ମାନଙ୍କ ମହାସ୍ନାନ ଗର୍ଭାଧାନ ସଂସ୍କାର, ସୂର୍ୟ ପୂଜା ଓ ଗୋପୂଜା ଅନୁଷ୍ଠିତ ହୋଇଥିବା ବେଳେ ଆଜି ବିଗ୍ରହ ପ୍ରତିଷ୍ଠା, ମନ୍ଦିର ପ୍ରବେଶ, ଧ୍ଵଜ ସ୍ଥାପନା ଓ ପୂର୍ଣ୍ଣାହୁତି କାଜ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ନାମ ସଙ୍କୀର୍ତ୍ତନ, ଭଜନ କାର୍ଯକ୍ରମ ଆୟୋଜନ କରାଯାଉଥିଲା। ଶେଷ ଦିନ ରେ ସାମୁହିକ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ବହୁ ସ୍ଥାନରୁ ଭକ୍ତ ମାନେ ପ୍ରଭୁ ଙ୍କ ଦର୍ଶନ କରିବା ପାଈଁ ମନ୍ଦିର କୁ ପ୍ରଭୁ ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଏହି କାର୍ଯକ୍ରମ ରେ ତ୍ରିଲୋଚନ ସେନାପତି, ଶ୍ୟାମଘନ ସେନାପତି, ପ୍ରେମାନନ୍ଦ ପଟ୍ଟନାୟକ, ପ୍ରିୟରଞ୍ଜନ ମାହୁନ୍ତ, ଉମେଶ ଚନ୍ଦ୍ର ପଟ୍ଟନାୟକ, ଦେବାନନ୍ଦ ପଟ୍ଟନାୟକ, ଦୀପକ ପଟ୍ଟନାୟକ , ମାନସ ଦେହୁରୀ ଏବଂ ଅନ୍ୟାନ୍ୟ ଗ୍ରାମ ବୃନ୍ଦ ମାନେ ସହଯୋଗ କରିଥିଲେ
କନ୍ତିମିଲି ରୁ ରଞ୍ଜିତ ସେନାପତି ଙ୍କ ରିପୋର୍ଟ, ସମର୍ଥ News
ଆମ ସହ ଯୋଡ଼ି ହେବା ପାଇଁ ଲଗ୍ ଅନ୍ କରନ୍ତୁ
www.samarthanews.com
www.youtube.com/samarthanews
Android app samartha News
samarthanewsodisha@gmail.com



