Country
ଛତିଆ ଗୋଡି ପୋଖରୀ ନିକଟରେ ହନୁମାନ ଚାଳିଶା ଅନୁଷ୍ଠିତ


ଆଜି ଛତିଆ ଗୋଡି ପୋଖରୀ ନିକଟରେ ହନୁମାନ ଚାଳିଶା ଅନୁଷ୍ଠିତ ହୋଇଯାଇଅଛି, ରତ୍ନାକର ସ୍ୱାଇଁ ଓ ତାଙ୍କ ଧର୍ମ ପତ୍ନୀ ପୁଷ୍ପଲତା କର୍ତା କର୍ତ୍ତୀ ଭାବେ ଯଂଜ୍ଞ ମଣ୍ଡପ ରେ ବସି ଆହୁତି ପ୍ରଦାନ କରିଥିଲେ, ପଞ୍ଚ କର୍ମ ଷୋଡଶ ଉପଚାର ପୂଜା ସୂର୍ଯ୍ୟ ପୂଜା ଗୋ ପୂଜା ନବ ଗ୍ରହ ପୂଜା ହନୁମାନ ଚାଳିଶ ପାଠ ରାମ ଅଭିଷେକ ଆଦି ଅନୁଷ୍ଠିତ ହୋଇଥିଲା, ସମସ୍ତ ଭକ୍ତ ମାନେ ପୁଷ୍ପାଞ୍ଜଳି ଦେଲା ପରେ ପ୍ରସାଦ ସେବନ କରିଥିଲେ, ପୂର୍ଣ୍ଣ ଚନ୍ଦ୍ର ବିଶ୍ୱନାଥ ଦାସ ଆଶୁତୋଷ ପଣ୍ଡା ଧର୍ମେନ୍ଦ୍ର ମିଶ୍ର ପ୍ରମୁଖ ପଣ୍ଡିତ ମଣ୍ଡଳୀହନୁମାନ ଚାଳିଶା ସହିତ ବେଦ ପାଠ କରିଥିଲେ ତରୁଣ କୁମାର ନାୟକ ଓ ଭାଗ୍ୟଧର ନାଥ ବାଦ୍ୟ ଯନ୍ତ୍ର ପରିବେଷଣ କରିଥିଲେ,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,




