State

ମାଆ ଶାରଳାଙ୍କ ମନ୍ଦିର ସମ୍ମୁଖରେ ସ୍ବର୍ଗତଃ ଗୌରାଙ୍ଗ ରାଉଳ ଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା।    

 ତିର୍ତ୍ତୋଲ ::-ଶ୍ରୀମଦଭାଗବତ ରେ ଜଗନ୍ନାଥ ଦାସ ଲେଖିଛନ୍ତି “ପ୍ରାଣୀର ଭଲ ମନ୍ଦ ବାଣୀ, ମରଣ କାଳେ ତାହା ଜାଣି !”

ଏପରି ବ୍ୟକ୍ତିର କର୍ମ ଧର୍ମ ତାଙ୍କର ମୃତ୍ୟୁ ସମୟରେ ବ୍ୟକ୍ତି କୁ ଅମର କରି ରଖିବାର ସୂଚନା ପ୍ରଦାନ କରିଥାଏ ! ଏହିପରି ବ୍ୟକ୍ତିଟିଏ ହେଉଛନ୍ତି ସ୍ବର୍ଗତଃ ଗୌରାଙ୍ଗ ଚରଣ ରାଉଳ !ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁରସ୍ଥିତ ଶାରଳା ଠାକୁରାଣୀ ଙ୍କ ନିତ୍ୟସେବକ ଭାବେ ଗୌରାଙ୍ଗ ରାଉଳ କାର୍ଯ୍ୟରତ ଥିଲେ !ତାଙ୍କର ଦୈନନ୍ଦିନ କାର୍ଯ୍ୟରେ ପ୍ରତି ପ୍ରଭାତରୁ ମାଆ ଶାରଳାଙ୍କ ଦନ୍ତମଞ୍ଜନ ଓ ମୁଖ ପ୍ରକ୍ଷାଳନ ଦାୟିତ୍ୱ ବହନ କରିଥାନ୍ତି ! ମାଆ ଙ୍କ ନୀତିକାନ୍ତି ମଧ୍ୟରୁ ଏହା ଅନ୍ୟତମ ରୀତି ଅଟେ ! ପ୍ରକାଶ ଥାଉ କି ମାଆ ଙ୍କ ଦନ୍ତମଞ୍ଜନ ଲାଗି କଁଅଳିଆ ଆମ୍ବପତ୍ର ଓ ଜିଭସଫା ପାଇଁ ପାକଳିଆ ଆମ୍ବପତ୍ର ବ୍ୟବହୃତ ହୋଇଥାଏ ! ଏହି ସେବା ସ୍ବର୍ଗତଃ ରାଉଳ କରାଇଥାନ୍ତି ! ଏହା ବ୍ୟତୀତ ସେ ଜଣେ ଘଟନୃତ୍ୟର ଗୁରୁ ଥିଲେ ! ଘଟନୃତ୍ୟ ପାଇଁ ରାଜ୍ୟପାଳ ଙ୍କ ଦ୍ୱାରା ପୁରସ୍କୃତ ମଧ୍ୟ ହୋଇଥିଲେ ! ରାଜ୍ୟ ତଥା ରାଜ୍ୟ ବାହାରେ ସେ ବହୁ ପ୍ରଶଂସା ପତ୍ର ଲାଭ କରିଥିଲେ !ଆଜି ତାଙ୍କର ଚତ୍ରୁଃର୍ଦଶାହ ଉପଲକ୍ଷେ, ଚୈତ୍ର ପୁର୍ଣିମା ସନ୍ଧ୍ୟାରେ ମା’ଶାରଳା ମନ୍ଦିର ସମ୍ମୁଖସ୍ଥ ଦୋଳମଣ୍ଡପ ରେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭାରେ, ମୂଖ୍ୟଅତିଥି ଭାବେ ଯୋଗଦେଇ ଥିଲେ ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ !ତାଙ୍କ ଭାଷାରେ , କଳା ଓ କଳାକାର ର କେବେବି ମୃତ୍ୟୁ ହୁଏ ନାହିଁ,କାରଣ କଳା ହେଇଛି କାଳଜୟୀ ! ସେହି କାଳଜୟୀ କଳା ତାଙ୍କୁ ଜନମାନସରେ ସବୁଦିନ ପାଇଁ ବଞ୍ଚାଇ ରଖିବ ବୋଲି କହିଥିଲେ । ସ୍ୱତନ୍ତ୍ରଅତିଥି ଭାବେ, ତିର୍ତ୍ତୋଲ ବ୍ଲକ କଳାସଂସ୍କୃତି ପରିଷଦ ର ସଭାପତି ଶିଶିର କୁମାର ପଣ୍ଡା, ଡଃ ସିଦ୍ଧେଶ୍ୱର ପଣ୍ଡା ଙ୍କ ସମେତ ସମ୍ମାନୀତ ଅତିଥି ଭାବେ ବରିଷ୍ଟ ସେବାୟତ ଲକ୍ଷ୍ମୀଧର ମହାପାତ୍ର , ଆଇନଜୀବି ମହେଶ ମହାନ୍ତି , ଯୁବସମାଜସେବୀ ନୃସିଂହ ଚରଣ ରାଉଳ , କ୍ଷୀରୋଦ କୁମାର ରାଉଳ, ବ୍ରଜକିଶୋର ମଲ୍ଲିକ , ସାମ୍ୱାଦିକ ସୁରକ୍ଷା ସମିତିର ସଭାପତି ପଣ୍ଡିତ ଶରତ କୁମାର ଦାଶ , ବିଶ୍ବରଂଜନ ରାଉଳ, ଜ୍ୟୋତିଃବିଜ୍ଞାନି ପ୍ରହ୍ଲାଦ କୁମାର ନାୟକ , ସଙ୍ଗୀତ ନିର୍ଦ୍ଦେଶକ ପ୍ରଭାକର ସାହୁ ପ୍ରମୁଖ ସ୍ୱର୍ଗତ ଗୌରାଙ୍ଗ ରାଉଳଙ୍କ ବହୁମୁଖୀ ପ୍ରତିଭାର ପରିଚୟ ପ୍ରଦାନ କରି ଥିଲେ ଏବଂ ରାଜ୍ୟ ଓ ଜାତୀୟ ସ୍ତରରେ ଉଚ୍ଚକୋଟୀର କଳାପ୍ରଦର୍ଶନ କରି, ବିଳମ୍ବରେ ହେଲେ ମଧ୍ୟ ସେ ମହାମହିମ ରାଜ୍ୟପାଳ ଙ୍କ ଦ୍ଵାରା ପୁରସ୍କୃତ ହୋଇପାରିଥିଲେ ବୋଲି ନିଜ ନିଜର ବକ୍ତବ୍ୟ ରେ ଉପସ୍ଥାପନ କରିଥିଲେ। ଏହି ସ୍ମୃତି ସଭାରେ ସାମ୍ବାଦିକ ରଞ୍ଜନ କୁମାର ମଲ୍ଲିକ, ଭାଗବତ ପ୍ରସାଦ, ଗୌରାଙ୍ଗ ଚରଣ ସ୍ୱାଇଁ, ଶ୍ରୀକାନ୍ତ ଦାଶ, କବିତା ଦାଶ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇ ଦିବଂଗତ ଆତ୍ମାର ସଦଗତି କାମନା କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ !ପରିଶେଷରେ ପାଲା ଗାୟକ ମିହିର କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ତତପରେ କୁଜଙ୍ଗ ଝିମାଣୀ ଗ୍ରାମର ଲଳିତ ଦାସୀ ସଂକୀର୍ତ୍ତନ ମଣ୍ଡଳୀ ର ଅକ୍ଷୟ କୁମାର ବିଶ୍ବାଳ, ସସ୍ମିତା ବିଶ୍ୱାଳ ଓ ମାନିନୀ ବରାଳ ପ୍ରମୁଖ ୧୬ ଜଣ ମହିଳା କଳାକାର ମାନଙ୍କ ଦ୍ବାରା ଭକ୍ତି ଭାବମୟ ସଙ୍ଗୀତ ଓ ନାମ ସଙ୍କୀର୍ତ୍ତନ କାର୍ଯକ୍ରମ ଉପସ୍ଥିତ କଳାପ୍ରେମୀ ମାନଙ୍କୁ ଅଭିଭୂତ କରିଦେଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ରବୀନ୍ଦ୍ର ରାଉଳ , ରୁଦ୍ରପ୍ରସଦ ରାଉଳ, ଜନାର୍ଦ୍ଦନ ରାଉଳ ଓ ଝଙ୍କଡ଼ କଳାକାର ପରିଷଦ ର ସମସ୍ତ କର୍ମକର୍ତ୍ତା ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button