Education

ଇକୋକ୍ଲବ୍ ର ପୃଥିବୀ ବଞ୍ଚାଅ ସଚେତନତା ଅଭିଯାନ ।

 

ବୌଦ୍ଧ-୨୪/୦୪-(ହୃଦାନନ୍ଦ ମେହେର)-ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ଜାତୀୟ ସବୁଜ ଶିକ୍ଷାର୍ଥୀ ବାହିନୀଙ୍କଦ୍ୱାରା ଏକ ସଚେତନତା ରାଲି ଅନୁଷ୍ଠିତ ହୋଇ ଯାଇଅଛି। ଏହି ସଚେତନତା ରାଲୀ ବିଦ୍ୟାଳୟରୁ ବାହାରି ନୂଆସାହି ଦେଇ କୋର୍ଟ ଛକ ଦେଇ କଚେରି ପଡିଆ ଦେଇ ପୁଣି ବିଦ୍ୟାଳୟକୁ ଆସିଥିଲେ । “ବିଶ୍ଵ ପୃଥିବୀ ଦିବସ ” ଅବସରରେ ପୃଥିବୀକୁ ସବୁଜ ତଥା ପ୍ରଦୂଷଣ ମୁକ୍ତ ରଖି ସୁସ୍ଥ ଜୀବନ ଅତିବାହିତ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଏହି ରାଲିରେ ୫୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ ।ଏହି ସଚେତନତା ଅଭିଯାନ ରେ ବିଦ୍ୟାଳୟର ଇକୋ କ୍ଳବ୍ ପର୍ଯ୍ୟବେକ୍ଷକ ଶ୍ରୀ ବିଜୟ କୁମାର ପୃଷ୍ଟି ଓ ବାରିଷ୍ଠା ଅଚାର୍ଯ୍ୟା ଶ୍ରୀମତୀ ସନ୍ତୋଷିନୀ ରାଉତଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା ।

 

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button