୫୦ତମ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କଲେ ୧୯୭୪ ବ୍ୟାଚ ର ଛାତ୍ରଛାତ୍ରୀ


ତିର୍ତ୍ତୋଲ :(କୃଷ୍ଣାନନ୍ଦପୁର )”ସମୟ ନଈରେ ଜୀବନ ନାଆ, କୂଳ ଛୁଇଁ ବାକୁ ଖୋଜୁଛି ରାହା !ତଥାପି ଲିଭିନି ସ୍ମୃତି ପଟରୁ, ଦେଖା ହେବା ପାଇଁ ଅତି ପାଖରୁ !”
ଦୀର୍ଘ ପଚାଶ ବର୍ଷ ପୂର୍ବର ବିଦ୍ୟାଳୟ ଅଧ୍ୟୟନ ସମୟ ସ୍ମୃତିକୁ ମନେ ପକେଇବା କେବଳ ସାଧାରଣ ବିଷୟ ନୁହେଁ ! ଅସମ୍ଭବ ମଧ୍ୟ ! କିନ୍ତୁ ଆଶ୍ଚର୍ଯ୍ୟ ହେଲେବି ଅପ୍ରିୟ ସତ୍ୟ ଏହା ଯେ ପଚାଶ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଅଧ୍ୟୟନ କରୁଥିବା ବିଦ୍ୟାଳୟ ରେ ସେ ସମୟର ଶିକ୍ଷକ ମାନଙ୍କୁ ଆମନ୍ତ୍ରଣ କରି ଏକ ସମ୍ବର୍ଦ୍ଧନା ଉତ୍ସବ ର ଆୟୋଜନ କରାଯାଇଛି ସେଇ ସମୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା !ଏପରି ଆଶ୍ଚର୍ଯ୍ୟ ଚକିତ କଲା ପରି ବିଷୟ ଦେଖିବାକୁ ମିଳିଛି, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୃଷ୍ଣାନନ୍ଦପୁର ସ୍ଥିତ ହାଜିଶେଖ ସମ୍ମିରୁଦ୍ଦିନ ସରକାରୀ ବିଦ୍ୟାଳୟ ପରିସରରେ !ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଆମନ୍ତ୍ରିତ ହୋଇଥିଲେ ବିଦ୍ୟାଳୟ ର ପୂର୍ବତନ ପ୍ରଧାନଶିକ୍ଷକ ଶେଖ ନସିମୁଦ୍ଦିନ, ଶେଖ ଗୁଲାମ ଅଲ୍ଲୀ, ଶେଖ ସରଫରାଜ ଅଲ୍ଲୀ, ଶେଖ ଇନାୟତ ଅଲ୍ଲୀ ! ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପ କୁମାର ସେଠୀ, ମିର ବୁରାନ ଉଦ୍ଦିନ, ମହମ୍ମଦ ଅତାହର ଅଲ୍ଲୀ !ଏହି ସମ୍ବର୍ଦ୍ଧନା ସଭାକୁ ରୁଦ୍ରନାରାୟଣ ସିଂହ ସଂଚାଳନ କରିଥିବା ବେଳେ ବନ୍ଧୁମିଳନ ଓ ଉତ୍ସବ ପାଳନର ଗୁରୁଦାୟିତ୍ୱ ବହନ କରିଥିଲେ ବାନାମ୍ବର ପୃଷ୍ଟି, ଭ୍ରମରବର ସେଠୀ, କ୍ଷୀରୋଦ କୁମାର ଖଟୁଆ,ଏବଂ ସୁଷମା ପଣ୍ଡା ପ୍ରମୁଖ ସମସ୍ତ ଛାତ୍ରଛାତ୍ରୀ ମାନେ !ପରମ୍ପରାଗତ ପୂଜ୍ୟପୂଜାରେ ଗୁରୁଶିଷ୍ୟ ଙ୍କ ସମ୍ପର୍କକୁ ମନେପକେଇ ଦେବାଭଳି ଗୁରୁମାନଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ବଡ ଚମତ୍କାର ମନେହେଉଥିଲା ! ଦୀର୍ଘ ପଚାଶ ବର୍ଷର ସ୍ମୃତିକୁ ମନେପକାଇ ନିଜନିଜ ଶୈଳୀରେ ସମସ୍ତେ ମତପ୍ରଦାନ କରିଥିବାବେଳେ ଶ୍ରୀଯୁକ୍ତ ବାନାମ୍ବର ପୃଷ୍ଟି ଉକ୍ତ ମିଳନ ଉତ୍ସବ ଆଧାରିତ ସ୍ୱରଚିତ କବିତା ପଠନ କରିଥିଲେ !ସଭା ଆରମ୍ଭ ପୂର୍ବରୁ ଦିବଂଗତ ସହପାଠୀ ତଥା ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା !ଉପସ୍ଥିତ ଅତିଥି ସମେତ ଛାତ୍ରଛାତ୍ରୀ ମାନେ କିଛି ସମୟ ପାଇଁ ୧୯୭୪ ମସିହା କୁ ଚାଲିଯାଇଥିବାର ଦେଖୁବାକୁ ମିଳିଥିଲା !
ସେକ ସନୱାର ଅଲ୍ଲୀଙ୍କ ସହିତ ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




