ହରହରି ମହାବୀର ଙ୍କ ପୀଠରେ ଦଶମବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ


ତିର୍ତ୍ତୋଲ :-ସମାଜର ମଙ୍ଗଳ କାମନା କରି ବିଶ୍ୱ ଜନତାଙ୍କ ଶାନ୍ତି ପାଇଁ ସର୍ବତ୍ର ଦେବାଦେବୀ ପୀଠ ମାନଙ୍କରେ ବୈଦିକ ରୀତିରେ ଯଜ୍ଞମାନ ଅନୁଷ୍ଠିତ ହେବାରେ ଲାଗିଛି !ସେହିପରି ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ, ଗରାମ ପଞ୍ଚାୟତ ଅଧୀନ, ବଡିଜଙ୍ଗା ଗ୍ରାମର , ପୁଣ୍ୟତୋୟା ହଂସୁଆ ନଦୀ ର ତଟଦେଶରେ ଅବସ୍ଥିତ ଶ୍ରୀ ଶ୍ରୀ ହରହରି ମହାବୀର ଜୀୟୁ ଙ୍କ ପୀଠରେ ୧୦ ମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ହରହରି ମହାବୀର ପୂଜା କମିଟି ଓ ବଡିଜଙ୍ଗା ଗ୍ରାମବାସୀ ମାନଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ସଭାପତି ବିଭୁତି ଭୁଷଣ ସ୍ଵାଇଁ ସଭାପତିତ୍ବ କରିଥିଲାବେଳେ, ମୂଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ସ୍ବାଇଁ ନିମନ୍ତ୍ରିତ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସଞ୍ଜୟ ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ମୂଖ୍ୟଅତିଥି ଭାବେ ନାଲକୋ ର ବରିଷ୍ଠ ଅଧିକାରୀ କଲ୍ଲୋଳ ବିକାଶ ସ୍ଵାଇଁ , ମୂଖ୍ୟବକ୍ତା ପଣ୍ଡିତ ଚିନ୍ମୟ ଦାଶ ଓ ସମ୍ମାନୀତ ଅତିଥି ଭାବେ ଶ୍ରୀମତୀ ଇନ୍ଦ୍ରାଣୀ ସ୍ଵାଇଁ ଯୋଗଦେଇ, ନିଜ ନିଜର ବକ୍ତବ୍ୟ ରେ ହରହରି ମହାବୀର ଙ୍କ ମହିମା ଓ ମାହାତ୍ମ୍ୟ ଉପରେ ଆଲୋଚନା ରଖିଥିଲେ !ଏହି ଅବସରରେ ଡଃ ତ୍ରିପୁରାନ୍ତକ୍ ପଣ୍ଡା , ପ୍ରଫେସର ଶକ୍ତି ପ୍ରାସାଦ ଦାଶ , ବିଜୟ କୁମାର ନାୟକ , ରାଜକିଶୋର ରାଉତରାୟ , ପ୍ରମୋଦ କୁମାର ସାହୁ, ଶରତ ଚନ୍ଦ୍ର ମହାନ୍ତି, ପ୍ରସନ୍ନ କୁମାର ମହାପାତ୍ର, ସୁରେଶ ଚନ୍ଦ୍ର ଚୌଧୁରୀ , ପ୍ରଦ୍ୟୁମ୍ନ ରଥ , ପଞ୍ଚାନନ ସାହୁ, ଓ ସୁଶୀଲ କୁମାର କୁଅଁର ଙ୍କୁ ନିଜ ନିଜର ବ୍ୟକ୍ତିତ୍ଵ ଓ କୃତିତ୍ବ ପାଇଁ ଉତ୍ତରୀୟ ମାନପତ୍ର ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ ସମ୍ବର୍ଦ୍ଧିତ କରାଯାଇଥିଲା।ଉକ୍ତ ଯଜ୍ଞାନୁଷ୍ଟାନରେ ପ୍ରତ୍ୟେହ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ମହାବୀର ଙ୍କ କୃପା ଲାଭ କରୁଥିବାର ପୂଜା କମିଟିର ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ସ୍ୱାଇଁ ଦର୍ଶାଇଛନ୍ତି !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




