State
ଶ୍ରୀ ରାମ ଚରିତ ମାନସ ପାରାୟଣ ମହା ଯଂଜ୍ଞ


ଛତିଆ ଅମରେଶ୍ୱର ମନ୍ଦିର ପରିସର ମଧ୍ୟରେ ପ୍ରତିଷ୍ଠା ହୋଇଥିବା ମହାବୀର ମନ୍ଦିର ରେ ଚଳିତ ମାସ 13ତାରିଖ ଠାରୁ 21ତାରିଖ ପର୍ଯ୍ୟନ୍ତ 9ଦିନ ବ୍ୟାପି ଶ୍ରୀ ରାମ ଚରିତ ମାନସ ପାରାୟଣ ମହା ଯଂଜ୍ଞ ଅନୁଷ୍ଠିତ ହୋଇଯାଇଅଛି,ପ୍ରତିଷ୍ଠାତା ସ୍ବର୍ଗତ ପ୍ରିୟ ନାଥ ପଣ୍ଡା ଙ୍କ ସୂ ପୁତ୍ର ଲଳିତ ପଣ୍ଡା ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ ଆୟୋଜିତ ମହା ଯଂଜ୍ଞ ରେ ବାବା ଅମରେଶ୍ୱର ଙ୍କ ଚାରଣାଶ୍ରିତସ୍ଥାନୀୟ ଅଞ୍ଚଳ ର ସମସ୍ତ ଭକ୍ତ ବୃନ୍ଦ ଏଥିରେ ସହଯୋଗ କରିଥିଲେ,ରାମଚନ୍ଦ୍ର ନାଥ ଓ ତାଙ୍କ ଧର୍ମ ପତ୍ନୀ ସୌଦାମିନୀ କର୍ତା କର୍ତ୍ତୀ ଭାବେ ଯଂଜ୍ଞ ମଣ୍ଡପ ରେ ବସି ଆହୁତି ପ୍ରଦାନ କରିଥିଲେ, ଆଜି ପୂର୍ଣ୍ଣାହୁତି ଦିବସରେ ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା, ପଣ୍ଡିତ ତାପସ ରଞ୍ଜନ ଶତପଥି ରତି ରଞ୍ଜନ ପଣ୍ଡା ଅଶ୍ୱନୀ ଷଡ଼ଙ୍ଗୀ ସରୋଜ କୁମାର ପଣ୍ଡା ବେଦ ମନ୍ତ୍ର ପାଠ କରିଥିଲେ, ଭାଗିରଥି ନାୟକ ମନୋରଞ୍ଜନ ସାମନ୍ତ ରାୟ ବାଦ୍ୟ ଯନ୍ତ୍ର ପରିବେଷଣ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




