State

ବିଶ୍ବଶାନ୍ତି ମହାଯଞ ଅନୁଷ୍ଠିତ 

  ଛତିଆ ତା ୧୯/୦୪/୨୪(ଆ ପ୍ର) ବୈରୀ ମହିମା ଅଲେଖ ଟୁଙ୍ଗୀ ପରିସରରେ ବିଶ୍ବଶାନ୍ତି ମହାଯଞ ଅନୁଷ୍ଠିତ ହୋଇଯାଇଛି।ମହିମା ଗାଦି ସଭାପତି ଶୁକ ବାବାଙ୍କ ସମେତ ସୁକାନ୍ତ ବାବା ଓ ,ସୁଧୁ ଭଳଦ୍ୱ।ଜ୍ ଦାସ୍,ସାଧୁ ସୁନାକର ଦାସ୍ ଯୋଗ ଦେଇଥିଲେ।ବିଶ୍ବର ମଙ୍ଗଳ କାମନା କରି ଦୀପ ପ୍ରଜ୍ୱଳନ ଓ ଘୃତ ଯଞ ଧୂନୀ ଅନୁଷ୍ଠିତ ହୋଇଥିଲା।ମହିମା ପ୍ରେମୀ ଙ୍କ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା।ଶହସ୍ରାଧକ ବର୍ଷର ବୈରୀ ମହିମା ଟୁଙ୍ଗୀ ଉପରେ ବହୁ ଭକ୍ତଙ୍କ ବିଶ୍ୱାସ ଓ ଭରଷା ରହି ଆସିଛି।ଆନନ୍ଦ ବଜାରରେ ପ୍ରସାଦ ସେବନ କରି ଭକ୍ତମାନେ କୃତାର୍ଥ ହୋଇଥିଲେ।ବୈରୀ ଗ୍ରାମବାସୀମାନେ ସାମୁହିକ ସହଯୋଗ କରି ଚଳିତ ଧୂନୀ ସମାରୋହ ସଫଳ କରାଇଥିଲେ।ଭକ୍ତ ମାନେ ରୋଗ ବ୍ୟାଧି ରୁ ମୁକ୍ତି ପାଇଁ ଧୂନି ସମର୍ପଣ କରିଥିଲେ।ବିଶ୍ୱାସ କରାଯାଏ ଯେ ନିଷ୍ଠାର ସହିତ ବରବ୍ରହ୍ମ ଙ୍କୁ ସମର୍ପିତ ଧୂନି ଭକ୍ତ ମାନଙ୍କୁ ମୁକ୍ତି ପ୍ରଦାନ କରିଥାଏ।ଅଲେଖ ମହିମା ଙ୍କ ପ୍ରଧାନ ଅମଣିଆ ପ୍ରସାଦ ଓ ବାଲ୍ ଭୋଗ ସେବନ କରି ଭକ୍ତ କୃତାର୍ଥ ହୋଇଥିଲେ।ଅନୁଷ୍ଠାନ ପକ୍ଷରୁ ପୁର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଦୀଲ୍ଲୀପ୍ ଖୁଣ୍ଟିଆ, ରମାକାନ୍ତ ଖୁଣ୍ଟିଆ କୃତଜ୍ଞତା ଞାପନ କରିଛନ୍ତି।

Related Articles

Back to top button