State
ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ନିକଟରେ ଏକ ସର୍ବତ ବଣ୍ଟନ କାର୍ଯ୍ୟକ୍ରମ


ସ୍ଥାନୀୟ ଅଗ୍ରଣୀ ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ନିତା ନୃତ୍ୟାଙ୍ଗନା ସହରରେ ଅଧିକ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ନିକଟରେ ଏକ ସର୍ବତ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଉକ୍ତ କାର୍ଯ୍ୟ କ୍ରମ କୁ ମାନନୀୟ ଢ଼େଙ୍କାନାଳ ସଦର ବିଜେଡି ବିଧାୟକ ପାର୍ଥି ସୁଧୀର କୁମାର ସାମଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଅନୁଷ୍ଠାନର ସଦସ୍ୟ ମାନଙ୍କ ସହ ମିଶିଥିଲେ। କାର୍ଯ୍ୟ କ୍ରମ ରେ ଅନୁଷ୍ଠାନ ର ସମ୍ପାଦକ ଆଶିଷ କୁମାର ପାଲ୍,ନିର୍ଦ୍ଦେଶକ ଶିଳ୍ପୀ ପରେଶ୍ ଚନ୍ଦ୍ର ପଟ୍ଟନାୟକ ,ଅଜିତ ପାଲ୍ ,ସାଗରିକା ଶତପଥୀ , ବର୍ଷା ରାଣୀ ରଣା,ସନ୍ତୋଷ କୁମାର ସାହୁ, ଧ୍ରୁବ ଚରଣ ଲେଙ୍କା,ବବିତା ରାଉତ, ଶାଇ ଶୁଭମ୍ ଦାସ,ଅନୁଷ୍ଠାନର ଛାତ୍ର ଛାତ୍ରୀ ଓ ଅଭିଭାବକ ପ୍ରମୁଖ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ




