Education

ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ।

ବୌଦ୍ଧ-୧୮/୦୪-(ହୃଦାନନ୍ଦ ମେହେର)-ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ ବରଡାକଟା ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ବେହେରା ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି ।
ଏହି କାର୍ଯ୍ୟକ୍ରମ ରେ ଉଚ୍ଚ ବିଦ୍ୟାଳୟ ର ପ୍ରତିଷ୍ଠାତା କମିଟି ସଭାପତି କପିଳେଶ୍ୱର ରଣା ମୁଖ୍ୟ ଅତିଥି , ତ୍ରିଲୋଚନ ମେହେର , ସନ୍ତୋଷ କୁମାର ଧଳ , ବୀରବର ଡାଙ୍ଗ , ହର ମହୋନ ସାହୁ , ଅତିଥି ରୂପେ ଯୋଗଦାନ କରିଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ବେହେରା ଙ୍କ ସଭାପତିତ୍ବ ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମୁଖ୍ୟ ବକ୍ତା ଭାବରେ ଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଗିରି ମଞ୍ଚାସିନ କରିଥିଲେ । ପୂର୍ବରୁ ବିଦାୟ ନେଇଥିବା ଶିକ୍ଷକ ଆଦିତ୍ୟ ପ୍ରସାଦ ପଣ୍ଡା ଓ ପ୍ରଦୀପ ପାଢ଼ୀ ଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପୂର୍ବତନ ଛାତ୍ର ସଂସଦ ର ପ୍ରତାପ ମେହେର ସଭା ପରିଚାଳନା କରିଥିଲେ । ଛାତ୍ର ଗଗନ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଛାତ୍ର ସଂସଦ ର ଛାତ୍ର ଶରତ ଚିରଗୁଣି, ପ୍ରଦୀପ ମେହେର, ଗୌତମ ମେଣ୍ଡୁଲି , ପ୍ରତାପ ଖମାରୀ , ସୁନିଲ ମେହେର , ସ୍ଵାଧୀନ ଖଣ୍ଡଗିରି , ପ୍ରତାପ ମେହେର ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button