ତିନି ଦିନ ବ୍ୟାପି ବିଶ୍ୱ ଜନନୀ ମହା ଯଂଜ୍ଞ ଅନୁଷ୍ଠିତ

ବୈରୀ ଅମୀୟଝରି ମଧ୍ୟ ସ୍ଥଳୀ ସ୍ଥିତ ମା ତାରିଣୀ ମନ୍ଦିର ରେ ପବିତ୍ର ପଣା ସଂକ୍ରାନ୍ତି ଠାରୁ ଆଜି ପର୍ଯ୍ୟନ୍ତ ତିନି ଦିନ ବ୍ୟାପି ବିଶ୍ୱ ଜନନୀ ମହା ଯଂଜ୍ଞ ଅନୁଷ୍ଠିତ ହୋଇ ଆଜି ଉଦଯାପିତ ହୋଇଯାଇଅଛି, ଅଙ୍କୁରୋପଣ କଳସ ଯାତ୍ରା ଘଟ ସ୍ଥାପନ ସୂର୍ଯ୍ୟ ପୂଜା ଗୋ ପୂଜା ଚଣ୍ଡୀ ପାଠ ଦଶ ମାୟା ପୂଜା ନାମ ସଂକୀର୍ତନ ଗୀତା ପାଠ ପୂର୍ଣ୍ଣାହୁତି ପ୍ରସାଦ ସେବନ ସାଂସ୍କୃତିକ କାର୍ଯ୍ୟ କ୍ରମ ପାଲା ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଅଛି, ଆଚାର୍ଯ୍ୟ ଅଶୋକ କୁମାର ମିଶ୍ର ସୂର୍ଯ୍ୟ କାନ୍ତ କର ବିଭୁଦତ୍ତ ନନ୍ଦ ରାଜେଶ ହୋତା ରାଜେଶ ପଣ୍ଡା ଖଗେଶ୍ୱର ମିଶ୍ର ଅନନ୍ତ କୁମାର ମିଶ୍ର ପ୍ରମୁଖ ବେଦ ପାଠ କରିଥିଲେ, ବରଦା ପ୍ରସନ ଓ ତାଙ୍କ ପତ୍ନୀ ଭବାନୀ କର୍ତା କର୍ତ୍ତୀ ଭାବେ ଯଂଜ୍ଞ ମଣ୍ଡପ ରେ ବସି ଆହୁତି ପ୍ରଦାନ କରିଥିଲେ, ମନ୍ଦିର ର ନିତ୍ୟ ସେବକ ପ୍ରକାଶ ଚନ୍ଦ୍ର ମିଶ୍ର ଯଥା ରୀତି ଓ ନୀତି ଅନୁସାରେ ମା ଙ୍କ ଷୋଡଶ ଉପଚାର ପୂଜା ପାଠ କରିଥିବା ବେଳେ ହୃଷିକେଶ ବାରିକ ତାଙ୍କୁ ସହଯୋଗ କରିଥିଲେ, ଯଂଜ୍ଞ କମିଟି ପକ୍ଷରୁସ୍ଥାନୀୟ ସରପଞ୍ଚ ତଥାକମିଟି ସଭାପତି ବେଣୁଧର ବିଶ୍ୱାଳ ମହେଶ୍ୱର ବିଶ୍ୱାଳ କାର୍ତିକ ବିଶ୍ୱାଳ ହୃଷିକେଶ ରାଉତ ପ୍ରିତମ କୁମାର ସାହୁ ଦେବକୀ ନନ୍ଦନ ବିଶ୍ୱାଳ ମଧୁସୂଦନ କବି ବିଶ୍ୱନାଥ ସ୍ୱାଇଁ କୃଷ୍ଣ ଚନ୍ଦ୍ର ପରିଡା ଦୈତାରୀ ବେହେରା ଶିଶିର ବିଶ୍ୱାଳ ପ୍ରଶାନ୍ତ ବିଶ୍ୱାଳ ଦେବାଶିଷ ସ୍ୱାଇଁ ଜୀବନ ଜ୍ୟୋତି ସ୍ୱାଇଁ ପ୍ରମୁଖ ଉକ୍ତ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିବା ବେଳେ ସମସ୍ତ ଗ୍ରାମ ବାସି ତଥା ମାତୃ ପ୍ରେମୀ ଭକ୍ତ ବୃନ୍ଦ ଏଥିରେ ସହଯୋଗ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ