
କୁଜଙ୍ଗ ::-ଶ୍ରୀରାମ ନବମୀର ଅଵ୍ୟବହିତ ପୂର୍ବରୁ ସାରାଦେଶ ପାଳନ କରୁଛି ପବନପୁତ୍ର ବଜରଙ୍ଗଵାଲୀ ଙ୍କର ଜନ୍ମ ଜୟନ୍ତୀ !ଏହି ପରିପ୍ରେକ୍ଷୀରେ ଅନେକ ସ୍ଥାନରେ ବିଶ୍ଵଶାନ୍ତି ଯଜ୍ଞମାନ ଅନୁଷ୍ଠିତ କରାଯାଇ ହନୁମାନ ଚାଳିଶା ସହିତ ରାମକଥାମୃତ ପ୍ରବଚନ ର ମୁଖ୍ୟ ବିଷୟ ପାଲଟିଛି !ଖବର ମୁତାବକ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ହଂସୁରା ପଞ୍ଚାୟତ ଅଧୀନ ଅନୋଳିପାଟଣା ଗ୍ରାମରେ ମହାନଦୀ ତଟଦେଶରେ ଅବସ୍ଥିତ ମହାବୀର ବଜରଙ୍ଗବାଲି ଙ୍କ ମନ୍ଦିର ସମ୍ମୁଖରେ ଆୟୋଜିତ ହୋଇଛି ଦ୍ୱାଦଶତମ ବିଶ୍ଵଶାନ୍ତି ଯଜ୍ଞ ! ଏହି ଯଜ୍ଞର କର୍ତ୍ତା ଭାବେ ସଚିତ୍ର କୁମାର ସ୍ୱାଇଁ ଏବଂ କର୍ତ୍ତ୍ରୀ ଭାବେ ପ୍ରତିମା ସ୍ୱାଇଁ କାର୍ଯ୍ୟ ନିର୍ବାହ କରୁଥିବା ବେଳେ ଶ୍ରୀଶ୍ରୀ ହନୁମାନ ଯୋଗାଶ୍ରମ ଦ୍ୱାରା ଆୟୋଜିତ ଯଜ୍ଞର ସଭାପତି ଦୀନବନ୍ଧୁ ଦାସ, ସମ୍ପାଦକ କାମାକ୍ଷା ପ୍ରସାଦ ବେହେରା, ଙ୍କ ତତ୍ୱାବଧାନରେ ଯଜ୍ଞକାର୍ଯ୍ୟ ସୁଚାରୁରୂପେ ପରିଚାଳନା ହେଉଥିବା ଦେଖିବାକୁ ମିଳିଛି !ଯଜ୍ଞ ନିମନ୍ତେ କଳସ ଶୋଭାଯାତ୍ରା, ଅଙ୍କୁରାରୋପଣ, ଘଟ ସ୍ଥାପନ, ସୂର୍ଯ୍ୟପୂଜା, ଗୋପୂଜା, ଶାଲାପୂଜା ଆଦି ବୈଦିକ କର୍ମ ସହିତ ଅନୋଳିପାଟଣା ଗ୍ରାମର ସମସ୍ତ ଗ୍ରାମବାସୀ ମାନେ ଉକ୍ତ କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିବାର ଦେଖାଯାଇଛି !ମନ୍ଦିରର ନିତ୍ୟପୂଜକ ସମୀର କୁମାର ଦାଶ ମହାବୀର ଙ୍କ ପୂଜାର୍ଚନା ଯଥା ରୀତିନୀତି ଅନୁସାରେ କରିଆସୁଥିବା ବେଳେ ପ୍ରତି ମଙ୍ଗଳବାର ଓ ଶନିବାର ଦିନ ମନ୍ଦିରରେ ବହୁ ଭକ୍ତ ସମାଗମ ହୁଅନ୍ତି ବୋଲି କୁହନ୍ତି !ଆଖପାଖ ଗ୍ରାମର ଅନୁଦାନରେ ମନ୍ଦିର ପରିଚାଳନା ହୋଇଆସୁଥିବା ସ୍ଥଳେ ଭିତ୍ତିଭୂମିର ଉନ୍ନତି କରଣ ନିମନ୍ତେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରନ୍ତି କମିଟି ର ସଭାପତି !ନୂଆଗାଁ ସ୍ଥିତ ହନୁମାନ ମନ୍ଦିରର ପ୍ରସିଦ୍ଧ ରାଜୁବାବାଙ୍କ ଦ୍ୱାରା ଏହି ମନ୍ଦିର ଗଢିଉଠିଥିବାର କୁହନ୍ତି କମିଟି ର ସମ୍ପାଦକ ଓ ଗ୍ରାମବାସୀ ମାନେ !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !